Get Updates
Get notified of breaking news, exclusive insights, and must-see stories!

ବଧାୟକ ହୁମାୟୁନ କବୀରଙ୍କୁ ଉପରେ କଡା ଆକ୍ସନ ନେଲେ ମମତା, କହିଥିଲେ ବାବରି ମସଜିଦ ତୋଳିବା ବୋଲି

ବାବରି ମସଜିଦ ତୋଳିବା ନେଇ ବୟାନ ଦେଇଥିବା ତୃଣମୂଳ କଂଗ୍ରେସ ବଧାୟକ ହୁମାୟୁନ କବୀରଙ୍କ ପାଇଁ ବଢିଛି ଅଡୁଆ । ବିବାଦ ବଡିବା ପରେ ଦଳ ତାଙ୍କୁ ସସପେଣ୍ଡ କରିଛି । କିଛି ଦିନ ତଳେ ସେ ମୁର୍ସିଦାବାଦରେ ବାବରି ମସଜିଦ ଭଳି ସମାନ ଢାଞ୍ଚାରେ ଏକ ମସଜିଦ ଗଢିବାକୁ କହିଥିଲେ । ଯାହା ପରେ ତାଙ୍କୁ ଅନେକ ସମାଲୋଚନା କରିଥିଲେ ।

mamata

ଦଳରୁ ନିଲମ୍ବନ ପରେ ଟିଏମସି କହିଛି ଯେ, ମୁର୍ସିଦାବାଦ ବିଧାୟକ ବାବରି ମସଜିଦ ଗଢିବା ପାଇଁ ଘୋଷଣା କରିଥିଲେ । କାହିଁକି ହଠାତ ବାବରି ମସଜିଦ ବୋଲି ଆମେ ତାଙ୍କୁ ପ୍ରଶ୍ନ କରିଥିଲୁ । ଏହାସହ ତାଙ୍କୁ ଏଥିପାଇଁ ସତର୍କ କରାଯାଇଥିଲା । ଏବେ ଦଳ ତାଙ୍କୁ ସସପେଣ୍ଡ୍ କରିଛି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବାପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ବିଧାୟକ କବୀର ବଡ଼ ଘୋଷଣା କରିଥିଲେ । ସେ କହିଥିଲେ ଯେ, ପଶ୍ଚିମବଙ୍ଗରେ ନିର୍ମାଣ ହେବ ନୂଆ ବାବରି ମସଜିଦ । ମୁର୍ସିଦାବାଦ ଅଞ୍ଚଳର ବେଲଡାଙ୍ଗାରେ ବାବରି ମସଜିଦ ନିର୍ମାଣ କରାଯିବ ଏବଂ ଏଥିପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଥିଲେ । ହୁମାୟୁନଙ୍କ ଅନୁସାରେ, ଡିସେମ୍ବର ୬ରେ ନୂଆ ବାବରୀ ମସଜିଦ ଲାଗି ଶିଳାନ୍ୟାସ ହେବ ଏବଂ ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ । ସେପଟେ ହୁମାୟୁନଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଥିଲା ବିଜେପି । ଟିଏମସି ତୁଷ୍ଟିକରଣ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଥିଲା ।

ହୁମାୟୁନ ଆହୁରି କହିଥିଲେ ଯେ, ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ମୁସଲମାନ ଅଛନ୍ତି । ସେମାନଙ୍କର ଇଚ୍ଛାକୁ ପୂରଣ କରିବା ଲାଗି ସେ ଏହା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଟଙ୍କାର କୌଣସି ଅଭାବ ରହିବ ନାହିଁ । ବେଲଡାଙ୍ଗା ଏବଂ ଏହାର ଆଖପାଖ ଅଞ୍ଚଳରେ ଯେତିକି ମଦରାସା ରହିଛି, ସେଗୁଡ଼ିକର ସଭାପତି ଏବଂ ସଚିବଙ୍କୁ ନେଇ ୧୦୦ ଜଣିଆ ସଦସ୍ୟ ବିଶିଷ୍ଟ ମସଜିଦ ଟ୍ରଷ୍ଟ କରାଯିବ । ୨ ଏକର ଜମିରେ ନୂଆ ବାବରୀ ମସଜିଦ ନିର୍ମାଣ ହେବ । ମସଜିଦ ନିର୍ମାଣ ଲାଗି ସେ ନିଜେ କୋଟି କୋଟି ଟଙ୍କା ଦାନ କରିବେ କବୀର କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+