ନୀତି ଆୟୋଗ ବୈଠକରୁ ରାଗରେ ବାହାରି ଆସିଲେ ମମତା, କହିଲେ ଏମିତି କିଛି

ରାଗିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି ଆୟୋଗ ବୈଠକ ଚାଲିଥିବା ବେଳେ ପଳାଇ ଆସିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ଏହି ବୈଠକରେ ଭାଜପା ଶାସିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଛନ୍ତି।

Mamata Banerjee

ହେଲେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ, ମମତା ବୈଠକ ମଝିରୁ ଉଠିକି ପଳାଇଯାଇଛନ୍ତି। କେବଳ ଏତିକି ନୁହେଁ ମମତା କହିଛନ୍ତି, ମୋତେ ବୈଠକରେ କିଛି କହିବାକୁ ଦିଆଯାଉନି। ଏହା କ'ଣ ଚାଲିଛି।

ମମତା କହିଛନ୍ତି, କେନ୍ଦ୍ର ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ କହିଲି ରାଜ୍ୟ ସରକାରଙ୍କ ସହିତ ମତଭେଦ କରିବା ଉଚିତ୍‌ ନୁହେଁ। ମୁଁ କହିବାକୁ ଚାହୁଁଥିଲି ହେଲେ ମୋତେ ୫ ମିନିଟ୍‌ କହିବାକୁ ଦିଆଗଲା। ମୋ ପୂର୍ବରୁ ଆଉ ସମସ୍ତଙ୍କୁ ୧୦-୨୦ ମିନିଟ୍‌ ସମୟ ଦିଆଯାଉଥିଲା।

ବିରୋଧୀ ଦଳରୁ ମୁଁ ହିଁ ଏହି ସଭାରେ ଭାଗ ନେଉଥିଲି, ତଥାପି ମୋତେ କହିବାକୁ ଅନୁମତି ଦିଆଯାଇନଥିଲା। ଏହା ଅତ୍ୟନ୍ତ ଅପମାନଜନକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+