ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ପ୍ରସଙ୍ଗ;ମୁଖ୍ୟମନ୍ତ୍ରୀ କହିଦେଲେ କିଛି ଏମିତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍ ଆଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍ ଦ୍ବାରା ଏହି ଯୋଜନା ହୋଇଥିବା ମମତା କହିଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍ସି ମୁଖ୍ୟ କହିଛନ୍ତି ଯେ ୱକଫ୍ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ।
ତେବେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାପାଇଁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ଅନୁରୋଧ କରୁଛି ଯେ ସେ ଅମିତ ଶାହଙ୍କୁ ନିୟନ୍ତ୍ରଣରେ ରଖନ୍ତୁ। ଶାହ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ଶାହ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି ବୋଲି ମମତା କହିଛନ୍ତି।

ଗୃହମନ୍ତ୍ରୀ କିଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ତାହା ମୋଦୀ ଦେଖିବା ଉଚିତ ବୋଲି ସେ କହିଛନ୍ତି। ତେବେ ମମତାଙ୍କ ଏଭଳି ବୟାନ ରାଜ୍ୟର ଦଙ୍ଗା ପୀଡ଼ିତଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ହିଂସା ଓ ଦଙ୍ଗାର ରାଜନୀତିକୁ ପାଥେୟ କରି ଟିଏମ୍ସି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଥିବା କାହାକୁ ଅଛପା ନାହିଁ ବୋଲି ବିଜେପି କହିଛି।
ହିଂସା ପାଇଁ ମମତା ବିଏସ୍ଏଫ୍କୁ ଦାୟୀ କରବାକୁ ମଧ୍ୟ ବିଜେପି କଡ଼ା ସମାଲୋଚନା କରିଛି। କେବଳ ତୁଷ୍ଟୀକରଣ ରାଜନୀତି ଓ ଭୋଟ୍ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ମମତା ଅତି ତଳସ୍ତରର ରାଜନୀତି କରୁଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ମମତା କହିଥିଲେ ଯେ ପଶ୍ଚିମବଙ୍ଗ ସହ ୨୨୦୦ କିମି ବାଂଲାଦେଶ ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍ ଦେଶରେ ଦୁର୍ବୃତ୍ତଙ୍କ ପ୍ରବେଶ ପାଇଁ ଦାୟୀ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications