ହାଇକୋର୍ଟରେ ମମତାଙ୍କ ନାମରେ ମାମଲା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ହାଇକୋର୍ଟ ମାମଲା । ମମତା ଦେଇଥିବା ‘ବିଜେପି ବିରୋଧରେ ଜିହାଦ' ଆହ୍ବାନକୁ ନେଇ କୋଲକାତା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ନାଜିଆ ଇଲାହି ଖାନ ନାମକ ଜଣେ ଆଇନଜୀବୀ ।
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ହାଇକୋର୍ଟ ମାମଲା । ମମତା ଦେଇଥିବା 'ବିଜେପି ବିରୋଧରେ ଜିହାଦ' ଆହ୍ବାନକୁ ନେଇ କୋଲକାତା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ନାଜିଆ ଇଲାହି ଖାନ ନାମକ ଜଣେ ଆଇନଜୀବୀ ।

ତେବେ ଏହି ମାମଲାର ଶୁଣାଣି ସୋମବାର କୋଲକାତା ହାଇକୋର୍ଟର ହୋଇଥିଲା । ସାତ ଦିନ ମଧ୍ୟରେ ମମତାଙ୍କୁ ଅଭିଯୋଗର ନକଲ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନକଲ ମଧ୍ୟ ପଠା ସରିଥିବା ବେଳେ ମମତା ତାକୁ ଗ୍ରହଣ କରୁନଥିବା ଆବେଦନକାରୀ ଓକିଲ ଅଭିଯୋଗ କରିଛନ୍ତି । ପୁଣି ଥରେ ମମତାଙ୍କୁ ଅଭିଯୋଗର ନକଲ ପଠାଇବା ପାଇଁ କୋର୍ଟ କହିଛନ୍ତି ।
ଗତମାସ 28 ତାରିଖରେ ପଶ୍ଚିମ-ବୁର୍ଦୁଓ୍ବାନରେ ଏକ କର୍ମୀ ସମ୍ମିଲନୀକୁ ସମ୍ବୋଧିତ କରିବା ବେଳେ ଏହି ଘୋଷଣା କରିଥିଲେ ମମତା । ମମତା କହିଥିଲେ 21 ଜୁଲାଇକୁ ପ୍ରଦେଶରେ ଶହୀଦ ଦିବସ ଭାବେ ପାଳନ କରାଯିବ । ଏହି ଦିବସରେ ବିଜେପି ବିରୋଧରେ ଜିହାଦର ଘୋଷଣା ହେବା ନେଇ ମମତା ଆହ୍ବାନ ଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ବିବାଦ। ଜିହାଦ ଶବ୍ଦର ଅର୍ଥ ହିଂସାତ୍ମକ ତଥା ମାରଣାସ୍ତ୍ରରେ ଯୁଦ୍ଧ କରିବା ବୋଲି କହିଥିଲା ବିରୋଧୀ ଦଳ ବିଜେପି ।












Click it and Unblock the Notifications