ଶରଦଙ୍କୁ ଫୋନ କଲେ ମମତା, ଖରଗେ ଓ ଅନ୍ୟମାନେ, କହିଲେ ଡର ନାହିଁ
ମୁମ୍ବାଇ: ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ ପରେ ଜୋରଦାର୍ ଝଟକା ଲାଗିଛି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ । ତେବେ ଏହି ଦୁସ୍ଥ ପରିସ୍ଥିତିରେ ମଲମ ଲଗାଇଛନ୍ତି ମମତା ବାନାର୍ଜୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେ । ଅଜିତ ପାୱାରଙ୍କ ହଟାତ ଦଳତ୍ୟାଗ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ପ୍ରଥମଥର ମିଡିଆକୁ ସାମ୍ନା କରିଛନ୍ତି ଶରଦ ପାୱାର ।

ମହାରାଷ୍ଟ୍ରରେ ରାଜନୈତିକ ନାଟକ ବାଜି ମଧ୍ୟର ଲୋକଙ୍କ ସଂଶୟକୁ ଦୂର କରି ଗଣମାଧ୍ୟମ ସାମ୍ନାରେ ଆସିଛନ୍ତି ଶରଦ ପାୱାର । ପ୍ରେସ ସମ୍ମିଳନୀ ଡାକି ଅଜିତଙ୍କ କରନାମା ସମ୍ବନ୍ଧରେ ଅବଗତ ନଥିବା ନେଇ ସ୍ପଷ୍ଟ କରିଛନ୍ତି ଶରଦ । ଦଳର ବିଦ୍ରୋହ କରି ବିଧାୟକଙ୍କ ସମର୍ଥନ ହାସଲ କରିଥିବା ସମ୍ବନ୍ଧରେ ଶରଦ କହିଛନ୍ତି ଯେ, ଏହି ଘଟନା ତାଙ୍କ ପାଇଁ ନୂଆ ନୁହେଁ । ବିଧାୟକମାନେ ଦଳ ସହିତ ଅଛନ୍ତି ଏବଂ ସେମାନେ କେବଳ ଦଳର ନିଷ୍ପତ୍ତି ଅନୁସାରେ ଯିବେ ଏବଂ ଅଜିତଙ୍କ ସହିତ ଯିବେ ନାହିଁ ବୋଲି ଶରଦ ପାୱାର କହିଛନ୍ତି ।
ଏହିଭଳି ସଙ୍କଟ ପରିସ୍ଥିତିରେ ତୃଣମୂଳ ନେତ୍ରୀ ତଥା ପଶିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେ ଫୋନ କରିଥିବା ନେଇ ସୂଚନା ଦେଇଛନ୍ତି ଶାରଦ ପାୱାର । ଏହି ସଙ୍କଟରେ ଆମେ ସାଥିରେ ଅଛୁ ବୋଲି ନେତାମାନେ ଭରଷା ଦେଇଥିବା କଥା କହିଛନ୍ତି ଶରଦ ।
We have all the numbers, all MLAs are with me. We are here as a party. We have informed all seniors also. The majority is given importance in a democracy. Our party is 24 years old and young leadership should come forward: Maharashtra Deputy CM Ajit Pawar pic.twitter.com/oDmp8aQjmk
— ANI (@ANI) July 2, 2023
ଦଳ ବିରୋଧୀ କାର୍ଯ୍ୟ ଫଳରେ ବିଦ୍ରୋହୀ ନେତାମାନେ ନିର୍ବାଚନରେ ହରିଯିବେ ବୋଲି ସାବଧାନ କରିଛନ୍ତି ଏନସିପି ମୁଖ୍ୟ ଶରଦ। ଜନତା ଏହିଭଳି ଆଚରଣକୁ ପସନ୍ଦ କରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଆବ୍ଯଶ୍ଯକ ସ୍ଥଳରେ ଲୋକଙ୍କ ନିକଟକୁ ଜିବି, ଦଳକୁ ସୁଦୃଢ କରିବା ପାଇଁ ମହାରାଷ୍ଟ୍ରରେ ଘୂରିବୁଲିବି ବୋଲି ଦୃଢୋକ୍ତି କରିଛନ୍ତି ଶରଦ ।












Click it and Unblock the Notifications