ପୁଲିସକୁ ଚେତାବନୀ ଦେଲେ ମମତା, କହିଲେ ୩ ମାସ ଭିତରେ ଫାଶୀଦଣ୍ଡ ଦିଆଯାଉ
କୋଲକାତା: ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପରାଗଣର ମହିଷାମାରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ୧୦ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଇଥିବା ଅଭିଯୋଗ ହୋଇଛି । ସୁଚନାନୁସାରେ ଶୁକ୍ରବାର ଛାତ୍ରୀ ଜଣକ ଟ୍ୟୁସନ ଯାଇଥିଲେ। କିନ୍ତୁ ଘରକୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ମାମଲା ଦାଖଲ କରିଥିଲେ। ପୁଲିସ ଖୋଜାଖୋଜି କରୁଥିବା ବେଳେ ଏକ ପଡ଼ିଆ ନିକଟରୁ ମୃତଦେହ ମିଳିଥିଲା। କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।
ସେପଟେ, ଏହି ଘଟଣାକୁ ନେଇ ବିଜେପି ଟିଏମସିର ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି, ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି। ଅନ୍ୟପଟେ ଏହି ଘଟଣାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଅଲ୍ଟିମେଟମ୍ ଦେଇଛନ୍ତି। ମମତା କହିଛନ୍ତି ଯେ, "ଏହି ମାମଲା ପୋକସୋ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଉଚିତ ଏବଂ ଏହା ନିଶ୍ଚିତ ହେବା ଉଚିତ ଯେପରି ଅପରାଧୀମାନେ ତିନି ମାସ ମଧ୍ୟରେ ମୃତ୍ୟୁଦଣ୍ଡ ପାଇବେ ବୋଲି ମମତା କହିଛନ୍ତି ।

ସେପଟେ ପୀଡ଼ିତାଙ୍କ ପରିବାରର ଦାବି ଅନୁସାରେ, ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହାକୁ ନେଇ ଜନତାଙ୍କ ଉତ୍ତେଜନା ବଢିବାରେ ଲାଗିଛି ଏବଂ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଆଜି ବିଜେପି କୁଲତୁଲୀ ପୋଲିସ ଷ୍ଟେସନ ବାହାରେ ଏହାର ବିରୋଧ ପ୍ରଦର୍ଶନ କରୁଥିବା ଦଳୀୟ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି ।
ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ କହିଛନ୍ତି ଯେ, ଝିଅ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଏହାସହିତ ସାରା ଶରୀରରେ ରକ୍ତର ଛିଟା ମଧ୍ୟ ଦେଖାଯାଇଛି । ଏହାବ୍ୟତୀତ ପୀଡ଼ିତାଙ୍କ ହାତ ଭାଙ୍ଗି ଯାଇଥିବା ମଧ୍ୟ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।












Click it and Unblock the Notifications