ଟିକେଟ ପାଇଁ ବିବାଦ, ସାନ ଭାଇ ସହ ସମ୍ପର୍କ କାଟିଲେ ମମତା

ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ଟିକେଟକୁ ନେଇ କାଲି । କିଏ କେଉଁଠୁ ଟିକେଟ ପାଇବାରୁ ଖୁସିତ ଆଉ କାହାର ଟିକେଟ କଟିବାରୁ ଦଳକୁ ଅଡ଼ୁଆ ସୃଷ୍ଟି ହେଲାଣି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି। ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ନିଜ ଭାଇଙ୍କ ଉପରେ ମମତା ଖପ୍ପା ହୋଇଛନ୍ତି ।

mamata banerjee

ସେ କହିଛନ୍ତି, "ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।"

ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି।

ସେ କହିଥିଲେ, "ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ସେ(ପ୍ରସୂନ ବାନାର୍ଜୀ) ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି। ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି। ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।" ବାବୁନ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ହାୱଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+