ବାଂଲାଦେଶକୁ ମମତାଙ୍କ ଚେତାବନୀ, କହିଲେଏ ତୁମେ ବଙ୍ଗ-ବିହାର-ଓଡ଼ିଶାକୁ ଦଖଲ କରିବ, ଆଉ ଆମେ....
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ଯେଉଁ ଭଳି ହିଂସା ଓ ଆକ୍ରମଣ କରାଯାଉଛି ତାହାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମମତା ବାନାର୍ଜୀ ସୋମବାର ବିଧାନସଭାରେ କହିଛନ୍ତି।
ସାମ୍ପ୍ରଦାୟିକ ହିଂସା ହିନ୍ଦୁ, ମୁସଲମାନ, ଶିଖ କିମ୍ବା ଖ୍ରୀଷ୍ଟିଆନମାନଙ୍କ ଦ୍ୱାରା ନୁହେଁ, ବରଂ ଅସାମାଜିକ ତତ୍ତ୍ୱମାନଙ୍କ ଦ୍ୱାରା ଘଟୁଛି । ଏସବୁ ଉପାଦାନ ସମାଜ ପାଇଁ ବୋଝ। ଆମେ ଏହା ମନେ ରଖିବା ଉଚିତ୍ । ଆମେ ଏପରି କୌଣସି ବୟାନ ଦେବା ଉଚିତ ନୁହେଁ ଯାହା ବଙ୍ଗଳାର ସ୍ଥିତିକୁ ଖରାପ କରିବ ।
ମମତା ଆଜି ବିଧାନସଭାରେ କହିଛନ୍ତି,କିଛି ଲୋକ କୋଲକାତା ଉପରେ କବଜା କରିବା କଥା କହୁଛନ୍ତି। ଆଉ କିଛି ପଶ୍ଚିମବଙ୍ଗ, ବିହାର ଓ ଓଡିଶା ଫେରିବାକୁ ଦାବି କରିବାର ଧମକ ଦେଇଛନ୍ତି। ଯଦି କେହି କୋଲକାତା କିମ୍ବା ପଶ୍ଚିମବଙ୍ଗ ଉପରେ କବଜା କରିବେ, ତେବେ ରାଜ୍ୟ ସରକାର ଚୁପ୍ ବସିବେନି ଓ ଲଲିପପ୍ ବସି ଖାଇବେନି।'
ମମତା ସ୍ପଷ୍ଟ କରିଛନ୍ତି କୋଲକାତା ଭାରତର ଅଭିନ୍ନ ଅଙ୍ଗ। ତାଙ୍କୁ ବାଂଲାଦେଶର ରାଜନୀତି ସହ କୌଣସି ଲେଣଦେଣ ନାହିଁ। ଆମେ ଶାନ୍ତି ଚାହୁଁ। ଏହା ଉତ୍ତର ପ୍ରଦେଶର ନୁହେଁ, ଯେ ମୁଁ ଆପଣଙ୍କୁ ବ୍ୟାନ୍ କରିଦେବି। ମୁଁ ଆପଣଙ୍କୁ ଅପିଲ କରୁଛି ଏଠାରେ ଠିକ୍ ଭାବରେ ରୁହନ୍ତୁ। କିଛି ନକଲି ଭିଡିଓ ଭାଇରାଲ କରାଯାଉଛି। ବିଶେଷ ଭାବରେ ଏକ ଖାସ୍ ରାଜନୈତିକ ଦଳ କରୁଛି। ରାଜନୀତି କରନ୍ତୁ ନାହିଁ। ସେଠାରେ ଆମର ବନ୍ଧୁଙ୍କୁ କ୍ଷତି ହେବ।'
ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି, ଆପଣ କହୁଛନ୍ତି ଆପଣ(ବାଂଲା, ବିହାର, ଓଡିଶା) ଉପରେ ଦଖଲ କରିନେବେ। ଆପଣଙ୍କ ଭିତରେ ସେଭଳି ଦମ୍ ନାହିଁ, ଯଦି ଚେଷ୍ଟା କର ତେବେ ଆମେ କ'ଣ ବସି ଲଲିପପ୍ ଖାଉଥିବୁ ? ଏ ବିଷୟରେ କେବେ ବି ଭାବନ୍ତୁ ନାହିଁ। ଭାରତ ଅଖଣ୍ଡ। ଆମେ ସମସ୍ତେ ଏକ। ଆମର ବାଂଲାଦେଶର ରାଜନୀତି ସହ କିଛି ବି ସମ୍ପର୍କ ନାହିଁ। ଆମକୁ ଉକସାଇବାରେ ଆସିବା ଉଚିତ ନୁହେଁ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍ପି)ର ମିଳିତ ମହାସଚିବ ରହୁଲ କବିର ରିଜଭିଙ୍କ ବ୍ୟଙ୍ଗାତ୍ମକ ଟିପ୍ପଣୀ ପରେ ମମତା ଏଭଳି ମନ୍ତବ୍ୟ ଦେଇଛନ୍ତି।

ଯେଉଁଥିରେ ବାଂଲାଦେଶୀ ସେନାର ପୂର୍ବତନ ସଦସ୍ୟ ହେବାର ଦାବି କରୁଥିବା ଜଣେ ବ୍ୟକ୍ତି ଚେତାବନୀ ଦେଇଛି ତା'ର କୌଶଳ ଭାରତୀୟ ସେନାଠାରୁ ବହୁ ଗୁଣା ଅଧିକ। ୪ ଦିନରେ ସେ କୋଲକାତା ଉପରେ କବଜା କରିପାରିବେ। ରିଜଭି କହିଛନ୍ତି ଯଦି ଭାରତ ଚଟଗାଓଁ ଉପରେ ଦାବି କରିପାରେ (ଯଦିଓ ଭାରତ ଏଭଳି କୌଣସି ଦାବି କରିନି), ତେବେ ବାଂଲାଦେଶ ମଧ୍ୟ ନବାବ୍ ସିରାଜୁଦୌଲାଙ୍କ ବଙ୍ଗଳା, ବିହାର, ଓଡିଶାକୁ ନିହାତି ଫେରିବାକୁ ଚାହିଁବ। ବାଂଲାଦୋ ପାଖରେ ଏବେ ବି ଶକ୍ତି ଅଛି।












Click it and Unblock the Notifications