ମୁଁ କେବେ ହେଲେ ଜୁନିୟର ଡାକ୍ତରଙ୍କୁ ଧମକ ଦେଇନାହିଁ, ଜାଣନ୍ତୁ କାହିଁକି ଏମିତି କହିଲେ ମମତା
କୋଲକାତା : ସରକାରୀ ଡାକ୍ତରଖାନାର ଡାକ୍ତରମାନେ କୋଲକାତାର ଆର୍ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବିରୋଧରେ ନିର୍ଯାତନା ମାମଲାରେ ନ୍ୟାୟ ଦାବିରେ ବିରୋଧ କରୁଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଗୋଟିଏ ଏଫ୍ଆଇଆର୍ ତାଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ। ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସର ଏକ ଛାତ୍ର ସଂଗଠନର ସମାବେଶକୁ ସମ୍ବୋଧିତ କରି ମମତା ଦୀର୍ଘ ୨୧ ଦିନ ଧରି ଆନ୍ଦୋଳନ କରୁଥିବା ଜୁନିୟର୍ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିଛନ୍ତି।
ସେମାନଙ୍କ କ୍ୟାରିଅରକୁ ଦୃଷ୍ଟିରେ ରଖି ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୋଧରେ ସେ ଏଫ୍ଆଇଆର୍ ଦାଖଲ କରିବାକୁ ଚାହୁଁନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ମମତାଙ୍କ ଅବିଭାଷଣକୁ ବିଜେପିର ନେତାମାନେ ଧମକ ବୋଲି ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ଆର୍ଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବି କରୁଥିବା ଡାକ୍ତରମାନଙ୍କୁ ଧମକ ଦେଉଛ ଟିଏମସି।

ଏପରି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଏକ୍ସ ଦ୍ୱାରା ଖଣ୍ଡନ କରିଛନ୍ତି। ସେ ଅଭିଯୋଗକୁ ମନ୍ଦ ଉଦ୍ଦେଶ୍ୟ ରଖି ମିଥ୍ୟା ତଥ୍ୟର ପ୍ରଚାର ବୋଲି କହିଛନ୍ତି। ମମତା ମେଡିକାଲ ଶିକ୍ଷାର୍ଥୀ ଓ ଡାକ୍ତରଙ୍କ ବିରୋଧରେ ଗୋଟିଏ ହେଲେ ବି ଶବ୍ଦ ଉଚ୍ଚାରଣ କରି ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।ମମତା କହିଛନ୍ତି ଯେ "ବେଶ ପ୍ରଭାବୀ ଢଙ୍ଗରେ ସ୍ପଷ୍ଟ କରିବାକୁ ଚାହେଁ ଯେ ମୁଁ ଶିକ୍ଷାର୍ଥୀ କିମ୍ବା ସେମାନଙ୍କ ବିପ୍ଳବ ବିରୋଧରେ ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରି ନାହିଁ। ମୁଁ ସେମାନଙ୍କ ବିକ୍ଷୋଭକୁ ସମର୍ଥନ କରୁଛି।
ସେମାନଙ୍କ ବିକ୍ଷୋଭ ଯଥାର୍ଥ। ମୁଁ ସେମାନଙ୍କୁ କେବେ ହେଲେ ଧମକ ଦେଇନାହିଁ। କିଛି ଲୋକ ମୁଁ ଧମକ ଦେଇଥିବା ପ୍ରଚାର କରୁଛି। କିନ୍ତୁ ଏହି ଅଭିଯୋଗ ସଂପୂର୍ଣ୍ଣ ମିଛ।" ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରର ସହାୟତାରେ ବିଜେପି ପଶ୍ଚିମବଙ୍ଗର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି। ସେମାନେ ଏଠାରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି।












Click it and Unblock the Notifications