ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏମିତି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

ଲଗାଣ ବର୍ଷା ଯୋଗୁ ଏବେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷଲକ୍ଷ ଲୋକ ଏଥିଯୋଗୁ ହନ୍ତସନ୍ତ ହେଉଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

narendra modi

ସେ ବନ୍ୟା ପାଇଁ କେନ୍ଦ୍ର ଦ୍ୱାରା ପରିଚାଳିତ ଦାମୋଦର ଭ୍ୟାଲି କର୍ପୋରେସନ(ଡିଭିସି) ପକ୍ଷରୁ ରିଲିଜ କରାଯାଉଥିବା ପାଣିକୁ ଦାୟୀ କରିଛନ୍ତି। ଡିଭିସି ଏକତରଫା ଭାବେ ପାଣି ଛାଡ଼ୁଥିବାରୁ ଦକ୍ଷିଣ ବେଙ୍ଗଲର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହେଉଛି। ତେଣୁ ଡିଭିସି ସହ ରାଜ୍ୟ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଦେବ ବୋଲି ମମତା ଚିଠିରେ ମୋଦିଙ୍କୁ ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ବନ୍ୟା କ୍ଷତିଗ୍ରସ୍ତର ପରିଚାଳନା ପାଇଁ ତୁରନ୍ତ କେନ୍ଦ୍ରୀୟ ପାଣ୍ଠି ରିଲିଜ କରିବାକୁ ଦିଦି ଅନୁରୋଧ କରିଛନ୍ତି। ଦିଦିଙ୍କ କହିବା କଥା ଯେ ୨୦୦୯ ପରଠାରୁ ପ୍ରଥମଥର ପାଇଁ ଏହି ଅଞ୍ଚଳରେ ଭୟଙ୍କର ବନ୍ୟା ଦେଖାଯାଇଛି।

ଲୋୟର ଦାମୋଦର ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ବିତ୍ପାତ୍ତ ଦେଖିବାକୁ ମିଳିଛି। ଏଥିରେ ସୁଧାର ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଦିଦି କହିଛନ୍ତି।

ଦିଦି କହିଛନ୍ତି, "ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଏହାକୁ ପ୍ରାଥମିକତା ଦେବା ପାଇଁ ଆପଣ ଉପଯୁକ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଅନ୍ତୁ। ବନ୍ୟା ଯୋଗୁ ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଥାଶୀଘ୍ର କେନ୍ଦ୍ରୀୟ ପାଣ୍ଠି ରିଲିଜ କରିବାର ବ୍ୟବସ୍ଥା କରାଯାଉ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+