ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବେ ମମତା
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେରଳର ୱାଏନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି କ୍ରମରେ ସେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ ଔପଚାରିକ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ । ତୃଣମୂଳ କଂଗ୍ରେସ ସହ ଜଡ଼ିତ 'ଇଣ୍ଡିଆ ୱାଣ୍ଟସ୍ ମମତା ଦି'ଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟର ଶେୟାର କରାଯାଇଛି ।
ଏଥିରେ ପ୍ରିୟଙ୍କାଙ୍କ ପାଇଁ ମମତା ପ୍ରଚାର କରିବେ ବୋଲି କୁହାଯାଇଛି । ହେଲେ ଏହାର ତାରିଖ ନେଇ ଘୋଷଣା ଏଯାବତ କରାଯାଇନାହିଁ । ଗତ ୪ ବର୍ଷ ଧରି ଲଗାତାର କଂଗ୍ରେସ ଏହି ଆସନରୁ ବିଜେତା ହେଉଛି । ଗତ ୨ ନିର୍ବାଚନରେ ରାହୁଲ ଏଠାରେ ୫୦% ଅଧିକ ମତଦାନରେ ବିଜେତା ହୋଇଛନ୍ତି । ଏମିତିରେ ଚଳିତ ବର୍ଷ ଦୁଇ ଆସନରୁ ନିର୍ବାଚନ ଲଢ଼ିଥିବାରୁ ରାଏବରେଲି ହାତରେ ରଖି ୱାୟନାଡ଼ ଛାଡ଼ିଥିଲେ ରାହୁଲ । ଏଥିଲାଗି ଉକ୍ତ ଆସନରେ ନିର୍ବାଚନ ହେବାକୁ ଯାଉଛି ।

ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ଇଣ୍ଡିଆ ମେଣ୍ଟରେ ରହି ବି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିଥିଲେ । ହେଲେ ଏବେ ସେ ଉପ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କରିବାକୁ ଯାଉଛନ୍ତି ।
-
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର












Click it and Unblock the Notifications