ପୁଣି ଥରେ ଦୁର୍ଘଟଣାରେ ଆହତ ହେଲେ ମମତା , ଗୋଡ଼ରେ ଲାଗିଛି ଆଘାତ

ଦୁର୍ଗାପୁର: ପୁଣି ଥରେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ପାଇଛନ୍ତି। ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟର ଯୋଗେ ଯାତ୍ରା କରୁଥିବାବେଳେ ମମତା ବାନାର୍ଜୀ ପାଦ ଖସିଯାଇଥିଲ ଯାହା ଫଳରେ ସେ ତଳ ପଡ଼ିଯାଇଥିଲେ । ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଯଦିଓ ଏହି ଆଘାତ ଗୁରୁତର ନୁହେଁ। ସେ ଆସାନସୋଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଥିଲେ। ଏହି ଘଟଣା ସେହି ସମୟରେ ଘଟିଥିଲା । ମମତା ତାଙ୍କର ପରବର୍ତ୍ତୀ ଯାତ୍ରା ଜାରି ରଖିଥିଲେ |

mamata banerjee

ମମତା ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ର‌୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ମମତା ଯେତେବେଳେ ହେଲିକପ୍ଟର ଭିତରକୁ ଯାଉଥିଲେ ସେତେବେଳେ ସନ୍ତୁଳନ ହରାଇ ସେ ପଡିଯାଇଥିଲେ । ଫଳରେ ତାଙ୍କ ପାଦରେ ଆଘାତ ଲାଗିଛି ।

ଏହି ଘଟଣାରେ ସୁରକ୍ଷା କର୍ମୀଙ୍କ ସମେତ ତାଙ୍କର ବ୍ୟକ୍ତିଗତ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ। ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିବା କୁହାଯାଉଛି। ଆସାନସୋଲ ଯିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ମମତା ଏହାକୁ ଉଚିତ୍ ମନେ କରିନଥିଲେ ଏବଂ ସେ ତାଙ୍କର ଆଗାମୀ ଯାତ୍ରା ଜାରି ରଖିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+