ଭାରତର ପ୍ରଥମ ମହାକାଶଚାରୀ ରାକେଶ ରୋଶନ: ମମତା ବାନାର୍ଜୀ

Mamata Banerjee Statement On Chandrayaan 3: ଅଗଷ୍ଟ 23ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରଯାନ-3ର ସଫଳ ଅବତରଣ ପରେ ସମଗ୍ର ଦେଶରେ ଉତ୍ସାହର ମାହୋଲ। ISRO ବୈଜ୍ଞାନିକମାନଙ୍କ ସଫଳତା ପାଇଁ ସମସ୍ତ ଭାରତୀୟ ଗର୍ବିତ । ଭାରତର ଏହି ସଫଳତା ପରେ ବିଶ୍ୱର ଅନ୍ୟ ଦେଶମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହାରି ମଧ୍ୟରେ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏପରି କିଛି କହିଛନ୍ତି ଯାହା ପରେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

mamata

ବାସ୍ତବରେ, ସିଏମ ମମତା ବାନାର୍ଜୀ ଚନ୍ଦ୍ରଯାନ -3ର ସଫଳତାକୁ ନେଇ ନିଜ ବିବୃତି ରଖିଛନ୍ତି । ସେ ଭାଷଣ ସମୟରେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ମନେ ପକାଥିଲେ ।

ସିଏମ୍ ମମତା ବାନାର୍ଜୀ ଚନ୍ଦ୍ରଯାନ -3ର ସଫଳତା ବିଷୟରେ କହୁଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ।

ସେ କହିଥିଲେ, ଯେତେବେଳେ ରାକେଶ ମହାକାଶରେ ପହଞ୍ଚିଥିଲେ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ ଭାରତ ଆପଣଙ୍କୁ ଉପରୁ କିପରି ଦେଶୁଛି ? କିନ୍ତୁ ସେ ରାକେଶ ଶର୍ମାଙ୍କୁ ରାକେଶ ରୋଶନ ବୋଲି କହିଥିଲେ, ଯିଏକି ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା । ବାସ୍ ଏହା ପରେ ମମତାଙ୍କ ବିବୃତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

କିଛି ଉପଭୋକ୍ତା ଲେଖିଛନ୍ତି ଯେ 'ହ୍ରିତିକ୍ ରୋଶନ୍ ମଧ୍ୟ ଏ ବିଷୟରେ ଜାଣି ନଥିବେ । ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି
ଆପଣଙ୍କଠୁ ଏପରି କଥା ଆଶା କରାଯାଉ ନଥିଲା । ଏପରି ଅନେକ ଲୋକ କମେଣ୍ଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+