ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ, ହଠାତ୍ ଏମିତି କାହିଁକି କହିଲେ ମମତା
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ।
ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ। ଲୋକଙ୍କ ପାଇଁ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସହ ବୈଠକ ପାଇଁ ପହଞ୍ଚିଥିଲେ।
ଏହି ସମୟରେ ଡାକ୍ତରମାନେ ବୈଠକର ସିଧା ପ୍ରସାରଣ ଦାବିରେ ଅଟଳ ରହିଥିଲେ ମଧ୍ୟ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା। ଏଭଳି ସ୍ଥିତିରେ କନିଷ୍ଠ ଡାକ୍ତର ମମତାଙ୍କୁ ଭେଟିବାକୁ ଆସିନଥିଲେ। ଏହି ବୈଠକ ବିଫଳ ହେବା ପରେ ମମତା ବାନାର୍ଜୀ ତାଙ୍କ ଇସ୍ତଫା ବିଷୟରେ କହିଛନ୍ତି। ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କ ହତ୍ୟା ମାମଲାରେ ସେ ବି ନ୍ୟାୟ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ତେବେ ଅଧିକ କିଛି ନ କହି ମମତା ଡାକ୍ତରମାନଙ୍କ ଏହି ଆନ୍ଦୋଳନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବାମପନ୍ଥୀ ସମର୍ଥିତ ବୋଲି ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, "ମୁଁ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ଇସଫାତ ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ସେମାନେ ନ୍ୟାୟ ଚାହୁଁ ନାହାଁନ୍ତି। ସେମାନେ କେବଳ ମୋର ଚେୟାର ଚାହୁଁଛନ୍ତି।"
ଲଗାତାର ତୃତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରି ନାହିଁ। ତେବେ ଡାକ୍ତରଙ୍କୁ ଭେଟିବା ପାଇଁ ସେ ରାଜ୍ୟ ସଚିବାଳୟରେ ଦୁଇ ଘଣ୍ଟା ଅପେକ୍ଷା କରିଥିବା ମମତା ବାନାର୍ଜୀ ଦାବି କରିଛନ୍ତି, କିନ୍ତୁ ଡାକ୍ତରମାନଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା।












Click it and Unblock the Notifications