ପୋଲିସକୁ କଡା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ , କହିଲେ ଶିଘ୍ର ତଦନ୍ତ ନ ସିରିଲେ ସିବିଆଇକୁ ....
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପୁଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ରବିବାର ସୁଦ୍ଧା ତଦନ୍ତ ନ ସରିବ, ତେବେ ମାମଲାକୁ ସିବିଆଇକୁ ହସ୍ତାନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଚନାନୁସାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଆର.ଜି କର ହସ୍ପିଟାଲର ଡାକ୍ତରଙ୍କ ଘରକୁ ଯାଇ ତାଙ୍କ ମାତାପିତା ଏବଂ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।
ପରିବାର ସଦସ୍ୟଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ସହ କଥା ହୋଇଥିଲେ ଏବଂ ଏହି ସମୟରେ ବଙ୍ଗଳା ପୋଲିସକୁ ଅଲ୍ଟିମେଟମ ମଧ୍ୟ ଦେଇଥିଲେ। ମମତା କହିଛନ୍ତି ଯେ ଯଦି ପୋଲିସ ରବିବାର ସୁଦ୍ଧା ମାମଲାର ସମାଧାନ କରିବାରେ ବିଫଳ ହୁଏ, ତେବେ ଆରଜି କର ହସ୍ପିଟାଲର ଡାକ୍ତରଙ୍କ ହତ୍ୟା ଘଟଣାର ତଦନ୍ତ ସିବିଆଇକୁ ଦିଆଯିବ।

ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ଆମେ ଚାହୁଁଛୁ ଡାକ୍ତରଙ୍କ ହତ୍ୟା ମାମଲାର ଏକ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯାଉ। ସୂଚନାଯୋଗ୍ୟ, ଡାକ୍ତରଖାନାର ସେମିନାର ହଲରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ସ୍ନାତକୋତ୍ତର ଡାକ୍ତରଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଡାକ୍ତରଖାନାର ଜଣେ କର୍ମଚାରୀଙ୍କୁ ଶନିବାର ଗିରଫ କରାଯାଇଥିଲା।












Click it and Unblock the Notifications