Get Updates
Get notified of breaking news, exclusive insights, and must-see stories!

ମମତା ନେବେ ଇଣ୍ଡିଆ' ମେଣ୍ଟର ନେତୃତ୍ୱ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ମଙ୍ଗ ଧରିବାକୁ ଇଚ୍ଛୁକ ଥିବା ନେଇ ପ୍ରକାଶ କରିବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି ଏବଂ ଶିବସେନା ୟୁବିଟି ନେତାମାନେ ମମତାଙ୍କ ମନ୍ତବ୍ୟ ଉପରେ ନିଜ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ନିକଟରେ ହୋଇଥିବା ନିର୍ବାଚନ ଏବଂ ଉପ-ନିର୍ବାଚନରେ ​​ଇଣ୍ଡିଆ ବ୍ଲକର ପ୍ରଦର୍ଶନକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏଭଳି ପରିଣାମ ପାଇଁ ସେ ଏହାର ନତୃତ୍ୱକୁ ଦାୟୀ କରିଥିଲେ। ସେତିକି ନୁହେଁ, ସେ ନିଜେ ଏହାର ନେତୃତ୍ୱ ନେବାକୁ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି। ଯାହାକୁ ନେଇ ବିରୋଧୀ ମେଣ୍ଟରେ ପୁଣି ଆରମ୍ଭ ହୋଇଛି ତୁତୁ.. ମେମେ।

ତେବେ ମମତାଙ୍କ ଏହି ବୟାନ ପରେ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଟିଏମସି ସୁପ୍ରିମୋଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି। ସମାଜବାଦୀ ପାର୍ଟି କହିଛି, ଯଦି ମମତା ଇଣ୍ଡିଆ ମେଣ୍ଟର ନେତୃତ୍ୱ ନିଅନ୍ତି, ତେବେ ଆମର ଏଥିରେ କୌଣସି ଅସୁବିଧା ନାହିଁ। ଏସପି ନେତା ଉଦୟବୀର ସିଂ କହିଛନ୍ତି ଯେ ମମତା ଜଣେ ପ୍ରମୁଖ ନେତା ଏବଂ ତାଙ୍କ ଦଳ କ୍ରମାଗତ ଭାବେ ଭାଜପାକୁ ବିରୋଧ କରୁଛି।

Mamata Banerjee

୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶ ସହିତ ବଙ୍ଗଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହା ଇଣ୍ଡିଆ ମେଣ୍ଟକୁ ଆଗକୁ ବଢିବାରେ ସାହାଯ୍ୟ କରିଛି । ତେଣୁ ସେମାନଙ୍କ ପାଇଁ ଆମର ସମର୍ଥନ ନିରନ୍ତର। ଯଦି ସମସ୍ତ ଦଳ ସହମତି ହୁଏ ତେବେ ସମାଜବାଦୀ ପାର୍ଟିର କୌଣସି ଆପତ୍ତି ରହିବ ନାହିଁ ଏବଂ ଆମେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ।

ମମତାଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ସାଂସଦ ବର୍ଷା ଗାଏକଓ୍ବାଡ କହିଛନ୍ତି, ମମତାଙ୍କୁ ଏପରି ଲାଗୁଛି, କିନ୍ତୁ ଆମକୁ ସେପରି କିଛି ଲାଗୁନାହିଁ। ଆଲୋଚନା କରିବା। ତାଙ୍କ କଥାରେ ତାଙ୍କ ଦଳ ଚାଲୁଛି। ଆମେ ତ କଂଗ୍ରେସ କଥାରେ ଚାଲୁଛୁ। ଅନ୍ୟପଟେ ବାମଦଳ ବି କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛି। ବାମ ଦଳ ନେତା ଡି. ରାଜା କହିଛନ୍ତି, କଂଗ୍ରେସକୁ ଆତ୍ମଚିନ୍ତନ କରିବା ଜରୁରୀ।

ବର୍ତ୍ତମାନର ପରିସ୍ଥିତିରେ ଇଣ୍ଡି ମେଣ୍ଟର ବୈଠକ ହେବା ଜରୁରୀ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ମେଣ୍ଟର ସହଯୋଗୀ ଦଳଗୁଡ଼ିକ କଥା ଶୁଣିଲା ନାହିଁ। ସହଯୋଗୀ ଦଳଗୁଡ଼ିକର କଥା ଶୁଣିଥିଲେ ଲୋକସଭା ଏବଂ ହରିୟାଣା-ମହାରାଷ୍ଟ୍ର ନିର୍ବାଚନ​‌ର ଫଳାଫଳ ଭିନ୍ନ ହୋଇଥାଆନ୍ତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+