ମମତା ଦେଲେ ଗ୍ୟାରେଣ୍ଟି , କହିଲେ ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ

କୋଲକାତା: ଲୋକସଭା ନିର୍ବାଚନ ଲାଗି ୪ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ବାକି ନିର୍ବାଚନ ଲାଗି ଦେଶରେ ଜୋରଦାର ପ୍ରଚର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ଏହି କ୍ରମରେ ଚଳିତ ଲୋକ ସଭା ନିର୍ବାଚନରେ 'ଇଣ୍ଡିଆ' ବ୍ଲକ୍ ୩୦୦ ଆସନ ଦଖଲ କରି ସରକାର ଗଢ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର କ୍ଷମତାକୁ ଫେରିପାରିବେ ନାହିଁ । ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।

ଏହା ଏକମାତ୍ର ଗ୍ୟାରେଣ୍ଟି ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ସୁପ୍ରିମୋ ମମତା କଲ୍ୟାଣୀରେ ଏକ ସଭାକୁ ସମ୍ବୋଧିତ କରି ଆହୁରି କହିଛନ୍ତି, ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା ମିଛ ବିସ୍ତାର କରି ରାଜ୍ୟର ମହିଳାମାନଙ୍କ ଛବି ମଳିନ କରୁଛି । ତେଣୁ ଗୋଟିଏ କଥା ନିଶ୍ଚିତ ହୋଇଛି ।

Mamata Banerjee

ତାହା ହେଲା ମୋଦି କ୍ଷମତାକୁ ଫେରୁନାହାନ୍ତି । ଇଣ୍ଡିଆ ବ୍ଲକ୍ ୨୯୫ରୁ ୩୧୫ ଆସନରେ ବିଜୟୀ ହେବ । ଭାଜପା ସର୍ବାଧିକ ୨୦୦ ଆସନରେ ସୀମିତ ହୋଇ ରହିଯିବ । ବର୍ତ୍ତମାନ ସତ ପଦାକୁ ଆସିବା ପରେ 'ଗ୍ୟାରେଣ୍ଟି ବାବୁ' (ମୋଦି) ସନ୍ଦେଶଖାଲିର ଭିଡିଓ ନ ଦେଖାଇବା ପାଇଁ ଟିଭି ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି । ପଶ୍ଚିମବଙ୍ଗ ଓ ରାଜ୍ୟର ମହିଳାମାନଙ୍କୁ ବଦନାମ କରିବା ପାଇଁ ଭାଜପାବାଲା ଷଡ଼ଯନ୍ତ୍ର କରିଥିଲେ, ଯାହାକି ଧରାପଡ଼ିଯାଇଛି ।

ପ୍ରକାଶ ଯେ, ରବିବାର ହାଓଡାରେ ରାଲିବେଳେ ପ୍ରଧାନମନ୍ତ୍ରୀ ସନ୍ଦେଶଖାଲି ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଥିଲେ । ଦିଦିଙ୍କ ଟିଏମ୍‌ସି ଅତୀତର କୁକାର୍ଯ୍ୟ (ମହିଳାଙ୍କୁ ଯୌନ ନିର୍ଯାତନା ଓ ଜମି ହଡ଼ପ)କୁ ଘୋଡ଼ାଇବା ପାଇଁ ଉଦ୍ୟମ କରୁଥିବା ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+