ବିଜେପି ଦେଇଥିବା ଟିପ୍ପଣୀକୁ ନେଇ ମମତାଙ୍କ ଜବାବ, କହିଲେ ଯଦି ବେଙ୍ଗଲ ସୁରକ୍ଷତି ନୁହେଁ, ତେବେ କେଉଁ ରାଜ୍ୟ....
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି) ର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଆତଙ୍କବାଦୀଙ୍କ ପାଇଁ ବେଙ୍ଗଲ ଏକ ସୁରକ୍ଷିତ ସ୍ଥାନ ପାଲଟିଛି ବୋଲି ବିଜେପି ଅଭିଯୋଗ କରିଥିଲା । ଟିଏମସି କହିଛି ଯେ ବେଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା କେବଳ ରାଜ୍ୟ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ହୋଇଛି ସମ୍ଭବ ।
ବାସ୍ତବରେ, ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଶୁକ୍ରବାର ଦିନ ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ଏହା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଥିଲା । ରାଜ୍ୟରେ ବିରୋଧୀ ଦଳ ବିଜେପି ଦାବି କରିଛି ଯେ ତୃଣ ମୂଳ କଂଗ୍ରେସର ଶାସନ ରାଜ୍ୟକୁ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଦେଇଛି । କୋଚ ବେହେରା ଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀ କହିଛନ୍ତି, "ଜଣେ ବିଜେପି ନେତା କହୁଛନ୍ତି ଯେ ବେଙ୍ଗଲ ସୁରକ୍ଷିତ ନୁହେଁ ।

ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ଅଭିଯୁକ୍ତମାନଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା । ଅନ୍ୟପଟେ ବିଜେପି ଶାସିତ ରାଜ୍ୟଗୁଡିକର ନାମ ନେଉଥିବାବେଳେ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି ଯେ ସେହି ରାଜ୍ୟଗୁଡିକ ସୁରକ୍ଷିତ କି ? ସେ କହିଛନ୍ତି ଯେ ଯଦି ବଙ୍ଗଳା ସୁରକ୍ଷିତ ନୁହେଁ ତେବେ କୌଣସି ରାଜ୍ୟ ସୁରକ୍ଷିତ ନୁହଁନ୍ତି । ମମତା ବାନାର୍ଜୀ କହିଛନ୍ତି, "ବେଙ୍ଗାଲୁରୁରେ ଏକ ବିସ୍ଫୋରଣ ହୋଇଥିଲା ଓ ଦୁଇ ସନ୍ଦିଗ୍ଧ ଠାରେ (ବେଙ୍ଗଲ)ରେ ୨ ଘଣ୍ଟା ଲୁଚି ରହିଥିଲେ ।
କିନ୍ତୁ ଆମେ (ବେଙ୍ଗଲ ପୋଲିସ) ସେମାନଙ୍କୁ ଗିରଫ କରିଥିଲୁ । ବିଜେପି କିପରି କହିପାରିବେ ଯେ ବଙ୍ଗଳା ସୁରକ୍ଷିତ ନୁହେଁ? ଗୁଜୁରାଟ ସୁରକ୍ଷିତ କି? ଉତ୍ତରପ୍ରଦେଶ ସୁରକ୍ଷିତ କି? ବୋଲି କରିଛନ୍ତି ପ୍ରଶ୍ନ , ଏହା ସହ ମମତା ବାନାର୍ଜୀ ରାଜ୍ୟ ବିରୋଧରେ ବିଜେପି ଗୁଜବ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ ବିଜେପିକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରିବା ସହ ନିର୍ବାଚନରେ ରାଜନୈତିକ ଦଳମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।












Click it and Unblock the Notifications