ମମତାଙ୍କ ବଡ଼ ବୟାନ, କହିଲେ ଆମେ ମୋଦି ସରକାରଙ୍କ ସହ ଅଛୁ

ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯିବା ଘଟଣାକୁ ମମତା କଡ଼ା ଭାଷାରେ ନିନ୍ଦା କରିଛନ୍ତି। କେନ୍ଦ୍ରକୁ ଏ ପ୍ରସଙ୍ଗରେ ସମର୍ଥନ ଘୋଷଣା କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଛନ୍ତି, "କୌଣସି ଧର୍ମ ଆଘାତ ପାଉ ବୋଲି ଆମେ ଚାହୁଁନାହୁଁ। ମୁଁ ଏଠାରେ ଥିବା ଇସ୍କନ ସହ କଥା ହୋଇଛି। ତେବେ ଏହା ଆଉ ଏକ ଦେଶର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ଆମେ ଏହି ପ୍ରସଙ୍ଗରେ କେନ୍ଦ୍ର ସହ ରହିଛୁ।"

Mamata Banerjee

ବାଂଲାଦେଶରେ ଘଟୁଥିବା ଘଟଣାକୁ ନେଇ ଭାରତ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଥିଲେ। ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ମଧ୍ୟ ସେଠାକାର ପ୍ରଶାସନକୁ ଭାରତ ସରକାର କହିଥିଲେ। ଏବେ ମମତା ମଧ୍ୟ କେନ୍ଦ୍ରର ପଦକ୍ଷେପକୁ ସମର୍ଥନ କରିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶର ଆଇନ ପ୍ରବର୍ତ୍ତନ ସଂସ୍ଥା ଚିନ୍ମୟ କୃଷ୍ଣ ଦାସଙ୍କୁ ୨୫ ନଭେମ୍ବରରେ ଗିରଫ କରିଥିଲା। ଏହାପରେ ବାଂଲାଦେଶ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲ ପଠାଇ ଦେଇଥିଲେ। ଏହା ପରେ ଚିନ୍ମୟ ଦାସଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସି ହିଂସାତ୍ମକ ବିରୋଧ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ସସାମ୍ବାଦିକଙ୍କ ସମେତ ଅତି କମରେ ୧୦ ଜଣ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+