ନୀତୀଶ କୁମାର ଏନଡ଼ିଏରେ ସାମିଲ ହେବା ଖବରରେ ମମତାଙ୍କ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ....
Bihar Politics:ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝମାଣା ପ୍ରସଙ୍ଗରେ 'ଇଣ୍ଡିଆ ଆଲାଏନ୍ସ ' ଦଳ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜ୍ୟର ମହାଗଠବନ୍ଧନ ଭାଙ୍ଗିବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି ' । ଏହି ଚର୍ଚ୍ଚା ମଧ୍ୟରେ ତ୍ରିନାମୁଲ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ନିକଟ ସୂତ୍ର ଏକ ବଡ଼ ଦାବି କରିଛି କି ନୀତୀଶ କୁମାର ଗଠବନ୍ଧନ ଛାଡ଼ିବାର ଖବରକୁ ମିକ୍ତି ମିଳବା ଭାବରେ ସେ ଦେଖୁଛନ୍ତି ।
ଦି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦଓ ବୋଷଙ୍କ ଦ୍ୱାରା ଶୁକ୍ରବାର (୨୬ ଜାନୁଆରୀ)ରେ ରାଜ ଭବନରେ ଏକ ସଭା ସମାରୋହ ଆୟୋଜିତ କରାଯାଇଥିଲା । । ଯେଉଁଥିରେ ସିଏମ୍ ମମତା ବାନାର୍ଜୀ ସାମିଲ ହୋଇଥିଲେ ,ା ୁ ଏହି କାର୍ଯ୍ୟକ୍ରମରେ ଭେଟେରାନ୍ ସିପିଏମ୍ ନେତା ତଥା ବାମପନ୍ଥୀ ସଭାପତି ବିମନ୍ ବୋଷ ମଧ୍ୟ ଯୋଗ ଦେଇଥିଲେ । କିନ୍ତୁ ଏଥିରେ ବିଜେପି କିମ୍ବା କଂଗ୍ରେସ ଦଳର କୌଣସି ନେତା ଅଂଶଗ୍ରହଣ କରିନଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିକଟ ସୂତ୍ରରୁ ମିଳିଥିବା ସୂଚନା ଯେ, ଦିଦି ବିଶ୍ୱାସ କରନ୍ତି ଯେ ଯଦି ନୀତୀଶ କୁମାର ମିଳିତ ମଞ୍ଚ ଛାଡିବେ ତେବେ ସେ ନିଶ୍ଚିତ ଭାବେ ଏଥିରୁ ମୁକ୍ତି ପାଇବେ । ସେ ଆହୁରି ମଧ୍ୟ ଭାବନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଆଣ୍ଟି-ଇନକମ୍ବେନ୍ସ ଲହର ଯୋଗୁଁ ଏହି ମିଳିତ ମଞ୍ଚକୁ କ୍ଷତି ସହିବାକୁ ପଡିବ ।

ସିଏମଙ୍କ ନିକଟ ସୂତ୍ର ଦାବି କରିଛି ଯେ ଯଦି ନୀତୀଶ କୁମାର 'ବିହାର'ର ମହା ଗଠବନ୍ଧନରୁ ବାହାରକୁ ଯାଆନ୍ତି ତେବେ ଏହା ଆରଜେଡି ଏବଂ କଂଗ୍ରେସ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା ମଧ୍ୟ ଆଶା କରାଯାଉଥିଲା ଯେ ଯଦି ଉଭୟ ଜେଡିୟୁ ସହ ମିଳିତ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ, ତେବେ ସେମାନେ ବିହାରର ୪୦ ଟି ସିଟ୍ ମଧ୍ୟରୁ ୬ ରୁ ୭ ଟି ସିଟ୍ ପାଇଥାନ୍ତେ ।
ସୂତ୍ରରୁ ପ୍ରକାଶ ଯେ ମମତା ବାନାର୍ଜୀ ନୀତୀଶ କୁମାରଙ୍କ ଇଣ୍ଡିଆ ଆଲାୟନ୍ସ ୍ସ ପ୍ରତି ପ୍ରତିବଦ୍ଧତା ଉପରେ ସନ୍ଦେହ ସୃଷ୍ଟି କରିଆସୁଥିଲେ । ଏହି କାରଣରୁ ସେ ସଂଯୋଜକ ହେବାରେ ଆପତ୍ତି ଜଣାଇଥିଲେ । ବିଜେପି ପ୍ରଥମେ ନୀତୀଶ କୁମାରଙ୍କୁ ଇଣ୍ଡିଆ ଆଲାଏନ୍ସର ସଂଯୋଜକ ଭାବରେ ନିଯୁକ୍ତ କରିବାକୁ ଚାହୁଁଥିଲା ଏବଂ ପରେ ତାଙ୍କୁ ଏନଡିଏରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରିଥିଲା । ମମତା ବାନାର୍ଜୀ ଏ ବିଷୟରେ ଜାଣିଥିଲେ ।












Click it and Unblock the Notifications