ଉଦୟନିଧି ଷ୍ଟାଲିନଙ୍କ 'ସନାତନ ବିରୋଧୀ' ମନ୍ତବ୍ୟକୁ ନେଇ ଏମିତି କହିଲେ ମମତା ବାନାର୍ଜୀ

ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତଥା ଡିଏକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ 'ସନାତନ ବିରୋଧୀ' ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ସେହିପରି ଅନେକ ଧାର୍ମିକ ଅନୁଷ୍ଠାନ ମଧ୍ୟ ଷ୍ଟାଲିନଙ୍କ ମନ୍ତବ୍ୟକୁ କଡ଼ା ବିରୋଧ କରିବା ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବୃତି ପ୍ରକାଶ ପାଇଛି । ଷ୍ଟାଲିନଙ୍କ ଦଳ ବିରୋଧି ମେଣ୍ଟ 'ଇଣ୍ତିଆ'ର ଏକ ଅଂଶ ହେବା ସତ୍ୱେ ଏହି ମେଣ୍ଟର ଅନେକ ମେତା ଉଦୟନିଧି ଷ୍ଟାଲିନଙ୍କୁ ବିରୋଧ କରୁଛନ୍ତି ।

Udhayanidhi Stalin

ବର୍ତ୍ତମାନ ଷ୍ଟାଲିଙ୍କ ବିବାଦିୟ ବୟାନକୁ ନେଇ ମୁହଁ ଖୋଲିଛନ୍ତି, ମମତା ବାନାର୍ଜୀ । ସେ କହିଛନ୍ତି, ଷ୍ଟାଲିନ୍ ବର୍ତ୍ତମାନ ଜୁନିଅର୍, ସେ ଏପରି କାହିଁକି ଏବଂ କେଉଁ ଆଧାରରେ କହିଲେ ତାହା ମୁଁ ବୁଝିପାରୁ ନାହିଁ । ସେ ସବୁ ଧର୍ମକୁ ସମ୍ମାନ ଦେବା ଉଚିଚ୍' । ଦିଦି ଆହୁରି କହିଛନ୍ତି, ମୁଁ ତାମିଲନାଡୁର ଏବଂ ଦକ୍ଷିଣ ଭାରତର ସମସ୍ତ ଲୋକଙ୍କୁ ସମ୍ମାନ କରେ । ସେମାନଙ୍କୁ ବିନମ୍ର ଅନୁରୋଧ କରିବି ଯେ, ସେ ମଧ୍ୟ ସମସ୍ତ ଧର୍ମକୁ ସମାନ ଦୃଷ୍ଟିରେ ଦେଖନ୍ତୁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ସନାତନ ଧର୍ମକୁ ସମ୍ମାନ କରେ ଏବଂ ଆମେ ବେଦରୁ ହିଁ ଶିକ୍ଷା ଗ୍ରହଣ କରିଛୁ । ଆମର ଅନେକ ପୁରୋହିତ ଅଛନ୍ତି ଏବଂ ଆମ ରାଜ୍ୟ ସରକାର ସେମାନଙ୍କୁ ପେନସନ୍ ଦେଉଛନ୍ତି । ଆମ ରାଜ୍ୟରେ ଅନକ ମନ୍ଦିର ଅଛି । କୌଣସି ଧର୍ମକୁ ଆଘାତ ଦେଲା ପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ।

ସୂଚନାଥାଉ ଯେ, ସେପ୍ଟେମ୍ବର ୨ ତାରିଖରେ , ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି ଯେ ସନାତନ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୁଦ୍ଧରେ। ଏପରିକି ଏହାକୁ ରଦ୍ଦ କରାଯିବା ଉଚିତ ବୋଲି ସେ କହିଛନ୍ତି। ସେ ସନାତନ ଧର୍ମକୁ କରୋନା ଜୀବାଣୁ, ମ୍ୟାଲେରିଆ, ଡେଙ୍ଗୁ ଜୀବାଣୁ ଏବଂ ମଶା ଦ୍ୱାରା ବ୍ୟାପୁଥିବା ଜ୍ୱର ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, ଏହାକୁ ବିରୋଧ ନୁହେଁ ବରିଂ ଧ୍ୱଂସ କରାଯିବା ଉଚିତ୍ । ସେ ଏପରି କହିବା ପେର ବିବାଦ ଆରମ୍ଭ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଅନେକ ରାଜନୈତିକ ଦଳ ପର୍ଯ୍ୟନ୍ତ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି । ଏଥି ସହ ଭେଟେରାନ କଂଗ୍ରେସ ନେତା କରଣ ସିଂ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+