ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା ବାନାର୍ଜୀ, କହିଲେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ଆପଣଙ୍କ ଦିଦି ଭାବରେ ଆସିଛି

ଆରଜି କର ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିରେ ଅଡ଼ି ବସିଥିବା ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଆଜି ହଠାତ୍ ଆନ୍ଦୋଳନସ୍ଥଳ ପରିଦର୍ଶନ କରି ସେମାନଙ୍କ ସହ ଆଲୋଚନା କରିଛନ୍ତି।

mamata banerjee

ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, "ମୁଁ ଏଠାକୁ ଆପମାଣଙ୍କ 'ଦିଦି' ଭାବରେ ଆସିଛି, ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ। ମୋ ପଦବୀ ବଡ଼ ନୁହେଁ। ଲୋକଙ୍କ ପଦ ସବୁଠୁ ଉପରେ। ଗତକାଲି ପ୍ରବଳ ବର୍ଷାରେ ବି ଆପଣମାନେ ଏଠାରେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ, ସେଥିପାଇଁ ମୁଁ କାଲି ରାତିସାରା ଶୋଇନାହିଁ। ମୁଁ ଏଠାକୁ କହିବାକୁ ଆସିଛି ଯେ ଦୟାକରି ଏପରି କରନ୍ତୁ ନାହିଁ। ଆପଣମାନଙ୍କ ସମସ୍ତ ଦାବି ପୂରଣ କରିବାକୁ ମୁଁ ପ୍ରତିଶୃତି ଦେଉଛି।"

ମୁଁ ଏନେଇ ସିବିଆଇକୁ ପଚାରିବି ଏବଂ ସେମାନଙ୍କୁ ଅନୁରୋଧ କରିବି। ଦୟାକରି ମୋତେ କିଛି ସମୟ ଦିଅନ୍ତୁ... ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଇସ୍ତଫା ନେଇ ରାଜିଥିବା କହିବାର ଗୋଟିଏ ଦିନ ପରେ ଏପରି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେପ୍ଟେମ୍ବର 12ରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ 'ନବାନ୍ନ'ରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ସରକାରର ବରିଷ୍ଠ ଅଧିକାରୀମାନେ ଦୀର୍ଘ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ସତ୍ତ୍ୱେ କେହି ଯାଇନଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+