Get Updates
Get notified of breaking news, exclusive insights, and must-see stories!

ମମତା ବାନାର୍ଜୀଙ୍କୁ ଲାଗିଲା ବଡ ଝଟକା, TMC ଆବେଦନକୁ ଖାରଜ କଲେ ହାଇକୋର୍ଟ

ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍‌) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳ ଟିଏମ୍‌ସି ଏହାର ଆବେଦନରେ ଇଡି ଜବତ କରିଥିବା ଦଳର ନିର୍ବାଚନ ରଣନୀତି ସମ୍ପର୍କିତ କାଗଜପତ୍ର ଫେରାଇବାକୁ ଦାବି କରିଥିଲା। ମାତ୍ର ଇଡି ତା'ର ଜବାବରେ କହିଥିଲା ଯେ ଏହା ଆଇ-ପ୍ୟାକ୍ କାର୍ଯ୍ୟାଳୟ କିମ୍ବା ପ୍ରତୀକ ଜୈନଙ୍କ ବାସଭବନରେ ଚଢଉ ସମୟରେ କୌଣସି କାଗଜପତ୍ର ଜବତ କରି ନାହିଁ।

ଆଇ-ପ୍ୟାକ୍ କାର୍ଯ୍ୟାଳୟ ଓ ପ୍ରତୀକଙ୍କ ବାସଭବନରେ ଚଢଉ ସମୟରେ ଯେଉଁସବୁ କାଗଜପତ୍ର ଜବତ ହୋଇଥିଲା ତାକୁ ମମତା ଛଡାଇ ନେଇଥିଲେ। ତେଣୁ ତାଙ୍କ ପାଖରେ ଆଉ କୌଣସି ଜବତ କାଗଜପତ୍ର ନାହିଁ। ଇଡି ଏପରି ଜବାବ ଦେବା ସହ ମମତାଙ୍କ ଆବେଦନକୁ ଖାରଜ କରିଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।
ଇଡି ଠାରୁ ଏପରି ଉତ୍ତର ପାଇବା ପରେ ବିଚାରପତି ଶୁଭ୍ରା ଘୋଷ ଟିଏମସିର ଆବେଦନକୁ ଖାରଜ କରିଦେଇଥିଲେ। ଟିଏମସି ପାଇଁ ଆଇ-ପ୍ୟାକ୍‌ ଗତ ୬ବର୍ଷ ହେଲା ନିର୍ବାଚନ ରଣନୀତି ପ୍ରସ୍ତୁତ କରିଆସୁଛି।

Mamata Banerjee

ନିର୍ବାଚନ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କ ଦ୍ବାରା ପ୍ରତିଷ୍ଠିତ କନସଲଟାନ୍ସି ଗ୍ରୁପ୍ ହେଉଛି ଆଇ-ପ୍ୟାକ୍। ଜାନୁଆରୀ ୮ରେ ଇଡି ଆଇ-ପ୍ୟାକ୍ କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନ ଉପରେ ଚଢଉ କରିଥିଲା। ଚଢଉ ସମୟରେ ଇଡି ଟିଏମସିର ନିର୍ବାଚନ ରଣନୀତି ସମ୍ପର୍କିତ ତଥ୍ୟକୁ ଏହି ସ୍ଥାନରୁ ଜବତ କରିନେଇଥିବା ଦଳ ଅଭିଯୋଗ କରିଥିଲା। ଦଳୀୟ ତଥ୍ୟର ସୁରକ୍ଷା ଓ ଏହାକୁ ଫେରିପାଇବା ଲାଗି ଟିଏମସି ହାଇକୋର୍ଟରେ ପିଟିସନ ଦାୟର କରିଥିଲା। ଆବେଦନ ଉପରେ ଜାନୁଆରୀ ୯ ତାରିଖରେ ପ୍ରଥମେ ଶୁଣାଣି କରାଯାଇଥିଲା। ମାତ୍ର ଉକ୍ତ ଦିନ କୋର୍ଟ ପରିସରରେ ଓକିଲଙ୍କ ଭିଡ ଓ ହୋହଲ୍ଲା ଯୋଗୁଁ ବିଚାରପତି ଶୁଭ୍ରା ଘୋଷ ଏହାର ଶୁଣାଣି କରିପାରି ନଥିଲେ। ବିଚାରପତି ଘୋଷ ବିରକ୍ତି ପ୍ରକାଶ କରି କୋର୍ଟ ଛାଡି ପଳାଇଥିଲେ। ଆଜି କଡା ସୁରକ୍ଷା ଓ କଟକଣା ମଧ୍ୟରେ ଏହା ଉପରେ ଶୁଣାଣି କରିଥିଲେ। ଇଡି ପକ୍ଷର ଜବାବ ଶୁଣିବା ପରେ ବିଚାରପତି କହିଥିଲେ ଯେ ଟିଏମସିର ପିଟିସନ ଉପରେ ଆଉ ଶୁଣାଣି କରିବାର ଆବଶ୍ୟକତା ନାହିଁ।

ଇଡି ଚଢଉ ସମୟରେ ମମତା ବାନାର୍ଜୀ ନିଜେ ପୁଲିସ ବଳ ସହିତ ପ୍ରତୀକଙ୍କ ବାସଭବନରେ ପହଞ୍ଚି ଇଡି ଠାରୁ ଜବତ କାଗଜପତ୍ର ଛଡାଇ ଆଣିଥିଲେ। ମମତାଙ୍କ ଏପରି କାର୍ଯ୍ୟ ବିରୋଧରେ ଇଡି ମଧ୍ୟ ପିିଟିସନ ଦାୟର କରିଛି। ଇଡି ଅଭିଯୋଗ କରିଛି ଯେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର କାର୍ଯ୍ୟରେ ମମତା ହସ୍ତକ୍ଷେପ କରିଛନ୍ତି। ମମତାଙ୍କ ଏପରି କାର୍ଯ୍ୟ ବିରୋଧରେ ସିବିଆଇ ତଦନ୍ତ ନିର୍ଦେଶ ଦେବା ଲାଗି ଇଡି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦାବି କରିଛି। ଇଡିର ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ବିଚାରପତି ବିପୁଲ ଏମ୍ ପାଞ୍ଚୋଲିଙ୍କ ପୀଠରେ ଏହା ଶୁଣାଣି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+