ବିଦେଶରେ ହଟହଟା ହେଲେ ମମତା ବାନାର୍ଜୀ, ଗୋବ୍ୟାକ ନାରାରେ କମ୍ପିଲା ସଭାସ୍ଥଳ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ମମତାଙ୍କ ଦେଇଥିବା ଏକ ବୟାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଦିଆଯାଇଥିବା ଭାଷଣ ସମୟରେ ମମତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଏହି ସମୟରେ କିଛି ଛାତ୍ର ମମତାଙ୍କୁ ପ୍ରଶ୍ନ ପଚାରିବା ସହ ଗୋବ୍ୟାକ୍ ମମତା ସ୍ଲୋଗାନ ମଧ୍ୟ ଦେଇଥିଲେ । ମମତା ବାନାର୍ଜୀ ଏହି ପ୍ରତିବାଦର ଜବାବ ଦେଇ ୧୯୯୦ ଦଶକର ଏକ ଫଟୋ ଦେଖାଇଥିଲେ ଏବଂ କହିଥିଲେ ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ ପଚାରିବାରୁ ବିବାଦ ଆରମ୍ଭ ହୋଇଥିଲା।
ମମତା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ମଝିରେ ଆଉ ଜଣେ ଦର୍ଶକ ଆଉ କିଛି ପଚାରିଥିଲେ । ଏହାପରେ କିଛି ଲୋକ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା କୁ ନେଇ ପ୍ରଶ୍ନ ମଧ୍ୟ ପଚାରିଥିଲେ । ଏହା ଉପରେ ମମତା କହିଛନ୍ତି, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହାକୁ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ । ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି , ଆପଣ ବଙ୍ଗଳା ଯାଇ ନିଜର ରାଜନୈତିକ ଦଳକୁ ମଜବୁତ କରନ୍ତୁ ଏବଂ ତା'ପରେ ମୋତେ ପ୍ରଶ୍ନ କରନ୍ତୁ ।












Click it and Unblock the Notifications