ମମତା ଚାହୁଁନାହାନ୍ତି ଗଠବନ୍ଧନ: କଂଗ୍ରେସ ସାଂସଦ

କୋଲକାତା: କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଉପରେ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଇଣ୍ଡିଆ ସହ ଜଡିତ ଦଳ ମଧ୍ୟରେ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବୋଲି ଆଧୀର ରଂଜନ ଚୌଧୁରୀ କହିଛନ୍ତି ।

ଶନିବାର (ଡିସେମ୍ବର ୩୦) ମୁର୍ସିଦାବାଦ ଜିଲ୍ଲାରେ ଏକ ଗଣମାଧ୍ୟମକୁ ସୂଚନା ଦେଇ ଚୌଧୁରୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନିଜେ ପଶ୍ଚିମବଙ୍ଗରେ ମିଳିତ ଗଠ ବନ୍ଧନ ଚାହାଁନ୍ତି ନାହିଁ କାରଣ ସେ ସମସ୍ୟାର ସମ୍ମୁଖୀନ ହେବେ । ସେ ନିଜେ ମିଳିତ ଗଠବନ୍ଧନ ହେବାର ସମ୍ଭାବନାକୁ ନଷ୍ଟ କରୁଛନ୍ତି । ଯଦି ଆପଣ ତାଙ୍କ ଭାଷଣ ଶୁଣିବେ , ତେବେ ଆପଣ ଜାଣିପାରିବେ ଯେ ସେ ପଶ୍ଚିମ ବଙ୍ଗରେ ଗଠବନ୍ଧନ ଚାହାନ୍ତି ନାହିଁ ।

ପଶ୍ଚିମବଙ୍ଗରେ ଟିଏମସି ଏକା ଲଢ଼ିବା ନେଇ ମମତାଙ୍କ ସଂକେତ

ମମତା ବାନାର୍ଜୀଙ୍କ ତରଫରୁ ଏଭଳି ସଂକେତ ଆସିବାର କିଛିଦିନ ପରେ କଂଗ୍ରେସ ନେତା ଦେଇଛନ୍ତି ବୟାନ । କିଛି ଦିନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଇସାରା କରି କହିଥିଲେ ଯେ, ଜାତୀୟ ସ୍ତରରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି ।
ପଶ୍ଚିମବଙ୍ଗରେ କେବଳ ଟିଏମସି ବିଜେପି ସହିତ ଲଢ଼ିବ, ଯେତେବେଳେ କି ଇଣ୍ଡିଆ ମେଣ୍ଟ ଦେଶର ବାକି ରାଜ୍ୟରେ ରହିବ ।

adhir ranjan chowdhury

କେବଳ ଟିଏମସି ପଶ୍ଚିମବଙ୍ଗରେ ବିଜେପିକୁ ପରାସ୍ତ କରି ସାରା ଦେଶରେ ଅନ୍ୟମାନଙ୍କ ପାଇଁ ଏକ ମଡେଲ ସ୍ଥାପନ କରିପାରିବ ବୋଲି କହିଥିଲେ ମମତା ।
ମୁର୍ସିଦାବାଦରେ ପୁଣି ଟିଏମସି-ବିଜେପିକୁ ପରାସ୍ତ କରିବ କଂଗ୍ରେସ

ଅଧିର ରଂଜନ ଚୌଧୁରୀ କହିଛନ୍ତି, "କଂଗ୍ରେସ ତାହାର ନିର୍ବାଚନ ପ୍ରସ୍ତୁତି ସହ ଆଗକୁ ବଢ଼ୁଛି । ଆମକୁ କିଛି ବି ଫରକ ପଡେନି ଆମ ସହ କିଏ ଆସୁଛି କିମ୍ବା ଆମକୁ କିଏ ଛାଡ଼ିକି ଯାଉଛି । ସେଥିପ୍ରତି ଆମର ଧ୍ୟାନ ନାହିଁ । ମୁର୍ସିଦାବାଦରେ ଆମେ ଅନେକ ଥର ଟିଏମସି ଏବଂ ବିଜେପିକୁ ପରାସ୍ତ କରିଛୁ ଏବଂ ଆମେ ସେମାନଙ୍କୁ ପୁଣି ପରାସ୍ତ କରିବୁ । " ୨୦୧୯ ଲୋକସଭା ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗର ମୋଟ ୪୨ ଟି ଲୋକସଭା ଆସନ ମଧ୍ୟରୁ ୨୨ ଟି ଜିତିଥିବାବେଳେ କଂଗ୍ରେସ ବରହମପୁର ଏବଂ ମାଲଦା ଦକ୍ଷିଣର ଆସନ ଜିତିଥିଲା ବୋଲି କହିଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ।

ଅ୍ୟପଟେ ଗତ ମାସରେ କଂଗ୍ରେସ ସାଂସଦ ଅବୁ ହାଶାମ ଖାନ ଚୌଧୁରୀ (ଡାଲୁ) କହିଥିଲେ, "ଟିଏମସି ୨୦୨୪ ନିର୍ବାଚନ ପାଇଁ କଂଗ୍ରେସକୁ ଦୁଇଟି ସିଟ୍ (ବରହମପୁର ଏବଂ ମାଲଦା ଦକ୍ଷିଣ) ଦେବାକୁ ରାଜି ହୋଇଛି । ଆମେ ଅଧିକ ଆସନ ଖୋଜୁଛୁ । ଆଉ ଆମେ ଆଶା କରୁଛୁ ମିଳିତ ମଞ୍ଚରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+