ଅଜିତ୍ ପାୱାରଙ୍କ ମୃତ୍ୟୁ, ତଦନ୍ତ ଦାବି କଲେ ମମତା ବାନାର୍ଜୀ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କର ବୁଧବାର ସକାଳେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ପାୱାରଙ୍କ ସମେତ ବିମାନର ପାଇଲଟ ତଥା ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ପାୱାର ସକାଳ ୮ଟାରେ ମୁମ୍ବାଇରୁ ବାରାମତି ଯାଉଥିବାବେଳେ ଅବତରଣ ସମୟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ 'ଏକ୍ସ'ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି । ପାୱାର ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇବା ସହିତ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି । ଦିଲ୍ଲୀରେ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବାସଭବନରେ ଅନେକ ନେତା ପହଞ୍ଚି ଶୋକବ୍ୟକ୍ତ କରିଥିଲେ ।

mmata banarjee

ପ୍ରାଥମିକ ସୂଚନା ଅନୁସାରେ, ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଅଜିତ୍ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଦୁର୍ଘଟଣାରେ ମୃତ୍ୟୁର କେଇ ମିନିଟ୍ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଅଜିତ୍ । ଏଥିରେ ସେ ସ୍ବତନ୍ତ୍ରତା ସେନାନୀର ପୁରୋଧା ଲାଲା ଲାଜପତ୍ ରାୟଙ୍କ ଜୟନ୍ତିରେ ତାଙ୍କୁ ମନେପକାଇ ଲେଖିଛନ୍ତି, ' ମହାନ୍ ସ୍ବତନ୍ତ୍ରତା ସେନାନୀ ସ୍ବରାଜ୍ୟ ପ୍ରଚାରକ, 'ପଞ୍ଜାବ କେସରୀ' ଲାଲା ଲାଜପତ୍ ରାୟଙ୍କୁ ତାଙ୍କ ଜନ୍ମ ଜୟନ୍ତିରେ ବିନମ୍ର ଶ୍ରଦ୍ଧାଞ୍ଜଳି, ଯିଏ ଦେଶର ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଲେ , ତାଙ୍କ ଦେଶଭକ୍ତି ସବୁବେଳେ ଆମକୁ ପ୍ରେରଣା ଦେଇଆସୁଛି । '

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+