'ଅନେକ ଇଭିଏମ୍ ହୋଇଛି ଗାଏବ, ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମମତା ଆଣିଲେ ବଡ ଅଭିଯୋଗ

କୋଲକାତା: ଦେଶରେ ଲୋକସଭା ନିର୍ବାଚନ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟିଂର ପ୍ରଥମ ଦୁଇଟି ପର୍ଯ୍ୟାୟ ପରେ ରାଜନେତାଙ୍କ ମଧ୍ୟରେ ଆରୋପ-ପତ୍ୟାରୋପ ରହିଛି ଜାରି । ଆଉ ଏଭଳି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୃତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଇଭିଏମ୍ ସମ୍ବନ୍ଧରେ ଏକ ବଡ଼ ଦାବି କରିଛନ୍ତି ।

ପଶ୍ଚିମବଙ୍ଗର ଫାର୍କାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଅନେକ ଇଭିଏମ୍ ଗାଏବ୍ ହୋଇଥିବାରୁ ଫଳାଫଳକୁ ବିଜେପି ସପକ୍ଷରେ ବ୍ୟବହାର କରାଯାଇପାରେ । ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟରେ ଭୋଟ୍ ହାରରେ ହଠାତ୍ ବୃଦ୍ଧି ହେବା ଏକ ଚିନ୍ତାର ବିଷୟ ।

ମମତା ବାନାର୍ଜୀ କହିଛନ୍ତି, "ଭୋଟ୍ ହାରରେ ହଠାତ୍ ବୃଦ୍ଧି କେବଳ ଚିନ୍ତା ବିବ୍ରତ କରିବାର କଥା ନୁହେଁ । ଇଭିଏମ୍‌ର ବିଶ୍ୱସନୀୟତା ଉପରେ ମଧ୍ୟ ଗୁରୁତର ଆଶଙ୍କା ସୃଷ୍ଟି କରିଛି । ନିର୍ବାଚନ ଆୟୋଗ ଇଭିଏମ୍ ନିର୍ମାତାଙ୍କ ନାମ ସାର୍ବଜନୀନ କରିବା ଉଚିତ, କାରଣ ବିଜେପି ନିର୍ବାଚନରେ ଜିତିବା ଲାଗି ଯେକୌଣସି ସ୍ତରକୁ ଖସିପାରେ ବୋଲି ମମତା କହିଛନ୍ତି

Mamata Banerjee

ବାସ୍ତବରେ, ଏପ୍ରିଲ ୧୯ ଏବଂ ଏପ୍ରିଲ ୨୬ ରେ ହୋଇଥିବା ୨ଟି ପର୍ଯ୍ୟାୟ ମତଦାନର ପତିଶତ ୩୦ ଏପ୍ରିଲ ସନ୍ଧ୍ୟାରେ ନିର୍ବାଚନ କମିଶନ ମତଦାନର ପ୍ରତିଶତ ପ୍ରକାଶ କରିଥିଲେ । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଚଳିତ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୬.୧୪ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଲୋକସଭା ନିର୍ବାଚନ ଦେଶର ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି, ୧୯ ଓ ୨୬ ଏପ୍ରିଲରେ ଦୁଇଟି ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରଯଣ ହୋଇ ସାରିଛି । ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ଭୋଟ୍ ୭ ମଇ, ୧୩ ମଇ, ୨୦ ମଇ, ୨୫ ମଇ ଏବଂ ଜୁନ୍ ୧ ରେ ହେବ ଏବଂ ଭୋଟ୍ ଗଣନା ଜୁନ୍ ୪ ରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+