ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଏମିତି କହିଲେ ମଲ୍ଲିକାର୍ଜୁନ ଖଡ଼ଗେ, ଆପଣ ଜାଣିଲେ......
ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୯ ଦିନିଆ ଏହି ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିଛି । ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଏହା ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ପ୍ରଥମ ଅଧିବେଶନ । ପ୍ରଥମ ଦିନ ବିରୋଧୀ ପୂର୍ବ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ କଥା ଉଠାଇଛନ୍ତି । ଦୁଃଖର କଥା ଏହା ଯେ ଗୃହ ତାଙ୍କୁ ବିଦାୟ ଦେବାର ସୁଯୋଗ ପାଇଲାନାହିଁ । ଏହା ସହିତ ରାଜ୍ୟସଭାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।
ସିପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,'' ତୁମ ନାମ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସହ ମେଳ ଖାଉଛି । ଆଶା କରୁଛି ତୁମେ ତାଙ୍କ ପରି ଚିନ୍ତାଧାରା ରଖିବେ । ଆଶା କରୁଛି ଖରାପ ଭାବିବେ ନାହିଁ କି ମୋତେ ପ୍ରଥମେ ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିଷୟରେ ଚର୍ଚ୍ଚା କରିବାକୁ ପଡୁଛି । ମୋର ଗୋଟିଏ ଦୁଃଖ ଗୃହରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ବିଦାୟ ଦେବାର ସୁଯୋଗ ମିଳିଲା ନାହିଁ ।
ବିରୋଧୀଙ୍କ ପକ୍ଷରୁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି । ମୁଁ ଆଶା କରୁଛି ଆପଣ ଉଭୟ ପକ୍ଷକୁ ସମାନ ଭାବରେ ବିଚାର କରିବେ। ଆପଣ ଉଭୟ ପକ୍ଷକୁ ସମାନ ଧ୍ୟାନ ଦେବେ । ଯଦି ଆପଣ ଆପଣଙ୍କ ଆସନ ସେ ପାଖକୁ ଅଧିକ ନ ଦେଖନ୍ତୁ ଏକ ବିପଦ ଅଛି । ତେଣୁ, ଆପଣ ଉଭୟ ପକ୍ଷରେ ସନ୍ତୁଳନ ବଜାୟ ରଖିଲେ ଭଲ ହେବ । ମୁଁ ଆପଣଙ୍କର ସଫଳ କାର୍ଯ୍ୟକାଳ କାମନା କରୁଛି। "

ସେହିପରି ମଲ୍ଲିକାର୍ଜୁନ ଖାଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରାମା ବୟାନର ମଧ୍ୟ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ସଂସଦ ସମ୍ମୁଖରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ପରିବର୍ତ୍ତେ ପୁଣି ଥରେ "ନାଟକ" ଶଦ୍ଦ ବ୍ୟବହାର କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ତାର ବିପଥଗାମୀ ରଣନୀତି ବନ୍ଦ କରି ସଂସଦରେ ପ୍ରକୃତ ସାଧାରଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ୍ ।












Click it and Unblock the Notifications