ସିଡବ୍ଲ୍ୟୁସି ବୈଠଡକରେ ନେତାଙ୍କୁ ଗୁରୁ ମନ୍ତ୍ର ଦେଲେ ଖଡଗେ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ବସିଛି । ବୈଠକରେ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହିତ ଭବିଷ୍ୟତ ରଣନୀତି ଉପରେ ବି ଚର୍ଚ୍ଚା ଆଲୋଚନା ହୋଇଛି । ପୂର୍ବାହ୍ନ ସାଢ଼େ ୧୧ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।
ଏହି ମିଟିଂରେ ନିର୍ବାଚନ ରେଜଲ୍ଟକୁ ନେଇ ସମସ୍ତ କର୍ମକର୍ରାଙ୍କୁ ଶ୍ରେୟ ଦେଇଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହା ସହିତ ସେ କହିଛନ୍ତି, ଶାସନ କ୍ଷମତାକୁ ଫେରିବାକୁ ହେଲେ ନରନ୍ତର କାମ କରିବାକୁ ହେବ । ୨୪ ଘଣ୍ଟା ଏବଂ ୩୬୫ ଦିନ ଲୋକଙ୍କ ସହିତ ରହିବାକୁ ହେବ ବୋଲି ଖଡଗେ କହିଛନ୍ତି ।

ଏହାଛଡ଼ା ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଦେଶବାସୀ କଂଗ୍ରେସ ଉପରେ ଭରସା କରିଛନ୍ତି ଏବଂ ତାନାଶାହ ଶକ୍ତି ଏବଂ ସମ୍ବିଧାନ ବିରୋଧୀ ଶକ୍ତିକୁ କଡ଼ା ଜବାବ ଦେଇଛନ୍ତି । ହିନ୍ଦୁସ୍ତାନର ମତଦାତା ବିଜେପିର ୧୦ ବର୍ଷର ବିଭାଜନକାରୀ, ଘୃଣ ଓ ଧ୍ରୁବୀକରଣ ରାଜନୀତିକୁ ଖାରଜ କରିଛନ୍ତି । ଏହା ସହିତ ମଲ୍ଲିକାର୍ଜୁନ ଖଡଗେ ସମସ୍ତ ନବନିର୍ବାଚିତ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।












Click it and Unblock the Notifications