ନିର୍ବାଚନ ଫଳାଫଳକୁ ନେଇ ଖଡଗେଙ୍କ ବଡ଼ ଦାବି , କହିଲେ ଏତିକି ଆସନ ଜିତିବ କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବେ । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଅନୁଷ୍ଠିତ ୬ଟି ପର୍ଯ୍ୟାୟ ଭୋଟିଂରୁ ବିରୋଧୀ ଦଳ 'ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ଜଣାପଡିଛି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ୪୦୦ ପାର୍ କଥା ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି ଏବଂ କେନ୍ଦ୍ରରେ 'ଇଣ୍ଡି' ମେଣ୍ଟ ସରକାର ଗଢ଼ିବାକୁ ଯାଉଛି ।
କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଦେଶବାସୀ ଅସନ୍ତୁଷ୍ଟ ରହିଛନ୍ତି । ଭୋଟର ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରିବାକୁ ଚାହୁଁନାହାନ୍ତି । ଏହାର ପରିମାଣ ସ୍ୱରୂପ ଆସନ୍ତା ଜୁନ୍ ୪ ତାରିଖରେ ବିଜେପି ବିରୋଧୀ ଫଳ ଆସିବାକୁ ଯାଉଛି । ଚଳିତ ନିର୍ବାଚନରେ ବେରୋଜଗାର ଓ ଦରଦାମ୍ ବୃଦ୍ଧି ମୁଦ୍ଦା ହୋଇଛି । ଭୋଟରଙ୍କ ସାମ୍ନାରେ ସାମ୍ବିଧାନ ଏବଂ ଲୋକତନ୍ତ୍ର ଅନ୍ୟ ଏକ ବଡ଼ ମୁଦ୍ଦା ବୋଲି ଖଡଗେ କହିଛନ୍ତି ।

ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ସମ୍ପର୍କରେ ଖଡଗେ କହିଛନ୍ତି, "ଆମେ ଏକାଠି ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛୁ । ନିର୍ବାଚନ ବେଳେ ଆମେ ପରସ୍ପରକୁ ସହଯୋଗ କରିବାକୁ ଚେଷ୍ଟା କରିଛୁ । ଏହାଦ୍ୱାରା ଆମ ଭୋଟ ପରସ୍ପର ପାଖକୁ ଯାଇଛି ।" ଦେଶବାସୀ ବେରୋଜଗାରୀ ଓ ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତିତ ରହିଛନ୍ତି । ତେଣୁ ସେମାନେ ବିଜେପିକୁ ସାଇଟ୍ କରି 'ଇଣ୍ଡି' ଗଠବନ୍ଧନ ସରକାର ଚାହୁଁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ମେଣ୍ଟ ଇଣ୍ଡିଆକୁ ବହୁମତ ୨୭୨ ଠାରୁ ଅଧିକ ଆସନରେ ବିଜୟୀ ହେଉଛି ।
ଏପ୍ରିଲ ୧୯ରେ ୫୪୩ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା । ଶେଷ ପର୍ଯ୍ୟାୟ ଭୋଟିଂ ଜୁନ ୧ରେ ଅନୁଷ୍ଠିତ ହେବ । ସେହିପରି ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ । ସରାକର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨ । ଭୋଟ ଗଣତି ବେଳେ କେମିତି ଇଭିଏମକୁ ଟ୍ୟାମ୍ପରିଂ କରାଯାଏ, ସେକଥା ଜଣାଇବା ପାଇଁ ଇଣ୍ଡିଆ ମେଣ୍ଟର ବୈଠକ ୧ ତାରିଖରେ ବସିବ ବୋଲି ମଧ୍ୟ ଖଡଗେ କହିଛନ୍ତି ।












Click it and Unblock the Notifications