Lok Sabha Election 2024: କିଏ ହେବେ ବିରୋଧିଙ୍କ ପ୍ରଧାନମନ୍ତ୍ରୀ ପଦର ଚେହେରା, ଜାଣନ୍ତୁ କ'ଣ କହିଲେ ଖଡଗେ
2024 Lok Sabha Election: 2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ମେଣ୍ଟ 'I.N.D.I.A' ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ମଲ୍ଲିକାର୍ଜୁନ୍ ଖଡଗେ ନ୍ୟୁଜ୍ ଏଜେନ୍ସି ANI ସହ ଆଲୋଚନା କରି କହିଛନ୍ତି ଯେ, ମନୋନୀତ ହେବା ପରେ ସମସ୍ତେ ବସି ନିଷ୍ପତ୍ତି ନେବୁ ।
କଂଗ୍ରେସ ସଭାପତି ଖଡଗେ ବୁଧବାର ଛତିଶଗଡ ବିଧାନସଭା ନିର୍ବାଚନରେ ରାଜ୍ୟର ସୁକମା ଜିଲ୍ଲାରେ ଏକ ନିର୍ବାଚନ ରାଲି କରିବାକୁ ଯାଇ ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଛତିଶଗଡ ନିର୍ବାଚନ ସମ୍ପର୍କରେ ଖଡଗେ କହିଛନ୍ତି ଯେ, ସେମାନଙ୍କୁ ଅର୍ଥାତ୍ ବିଜେପିକୁ ଯାହା କହିବାର ଅଛି ତାହା କୁହନ୍ତୁ, ଆମେ ମଧ୍ୟପ୍ରଦେଶରେ 75 ରୁ ଅଧିକ ସିଟ୍ ଜିତିବୁ, ଏହାଠାରୁ କମ୍ ନୁହେଁ ।
#WATCH | On INDIA Alliance PM face, Congress National President Mallikarjun Kharge says, "After being elected, all of us will sit together and decide..." pic.twitter.com/IKSQZUknrE
— ANI (@ANI) November 1, 2023
ଛତିଶଗଡରେ କଂଗ୍ରେସ ପାଇଁ ନିର୍ବାଚନ ପ୍ରସଙ୍ଗ କ'ଣ ବୋଲି ପଚରାଯିବାରୁ କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ କୃଷକଙ୍କ ସମସ୍ୟାର ସମାଧାନ କରିବୁ, ପ୍ରାଇମେରିରୁ ଆରମ୍ଭ କରି ପୋଷ୍ଚଗ୍ରାଜୁଏଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବୁ ଏବଂ ମହିଳାମାନଙ୍କୁ ସିଲିଣ୍ଡର ଦେବୁ । ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ପଚାରିବାରୁ ଖଡଗେ କହିଥିଲେ, ସେହି ସମୟରେ ନିର୍ବାଚିତ ହୋଇଥିବା ବିଧାୟକମାନେ ଏହି ନିଷ୍ପତ୍ତି ନେବେ ।

ସେହିପରି ନିର୍ବାଚନ ରାଲିରେ ସମ୍ବୋଧିତ କରୁଥିବାବେଳେ କଂଗ୍ରେସ ସଭାପତି ଖଡଗେ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବ ବୋଲି ସେ କହିଛନ୍ତି । କଂଗ୍ରେସ ବିମାନବନ୍ଦର ଏବଂ କାରଖାନା ନିର୍ମାଣ କଲା ହେଲେ ବିଜେପି ତାହା ଧନୀ ଲୋକଙ୍କୁ ବିକ୍ରି କଲା । ସେ ଆହୁରି କହିଛନ୍ତି ଯେ, ଏକାଠି ହୋଇ ଆମେ କଠିନ ପରିଶ୍ରମ ସହିତ ଏହି ଦେଶ ନିର୍ମାଣ କରିଛୁ। ଯିଏ ଦେଶର ସମ୍ପତ୍ତି ବିକ୍ରୟ କରେ ସେ ଦେଶର କଲ୍ୟାଣ ବିଷୟରେ ଚିନ୍ତା କରେ ନାହିଁ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications