କେନ୍ଦ୍ର ସରକାର ଏଭଳି ନିମ୍ନ ସ୍ତରର ରାଜନୀତି କରିବା ଉଚିତ୍ ନୁହେଁ: ମଲ୍ଲିକାର୍ଜୁନ ଖଡଗେ

G-20 Meet: ରାଜଧାନୀ ଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀ ଜାରି ରହିଛି। ଏହା ଅଧୀନରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପରେ ସମସ୍ତ ଦେଶର ମୁଖ୍ୟଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀର ପ୍ରକ୍ରିୟା ଆରମ୍ଭ କରିଥିଲେ । ସେହିପରି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ କରାଯାଇଛି।

ଏହି ରାତ୍ରୀ ଭୋଜନରେ ଦେଶର ସମସ୍ତ ମୁଖ୍ୟ ତଥା ଦେଶର ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ, ଯେଉଁ କାରଣରୁ କଂଗ୍ରେସ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ।

g20 summit

ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଖଡଗେ କହିଛନ୍ତି, ମୁଁ ଏହି ମାମଲା ଉପରେ ପୂର୍ବରୁ ପ୍ରତିକ୍ରିୟା ଦେଇସାରିଛି । ମୋ ଦଳର ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି । ଏହା ଭଲ କଥା ନୁହେଁ, କେନ୍ଦ୍ର ସରକାର ଏଭଳି ନିମ୍ନ ସ୍ତରର ରାଜନୀତି କରିବା ଉଚିତ୍ ନୁହେଁ।

ସେହିପରି ଚିଦାମ୍ବରମ୍ ମଧ୍ୟ ଏହି ମାମଲାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ଖଡଗେଙ୍କୁ ନିମନ୍ତ୍ରଣ ନ କରାଯିବାରୁ କଂଗ୍ରେସ ନେତା ମାନେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯେ, ମୁଁ କଳ୍ପନା କରିପାରୁ ନାହିଁ ଯେ କୌଣସି ଗଣତାନ୍ତ୍ରିକ ଦେଶର ସରକାର ବିଶ୍ୱ ନେତାଙ୍କ ପାଇଁ ଆୟୋଜିତ ରାତ୍ରୀ ଭୋଜନରେ ବିରୋଧୀ ଦଳମାନଙ୍କୁ ଆମନ୍ତ୍ରଣ କରିବେ ନାହିଁ। ଏହା କେବଳ ସେହି ଦେଶରେ ଘଟିପାରେ ଯେଉଁଠାରେ ଗଣତନ୍ତ୍ର ନାହିଁ। ମୋତେ ଲାଗୁଛି ଭାରତରେ ବିରୋଧିଙ୍କ ଅସ୍ତିତ୍ୱ ଶେଷ ହୋଇଯିବ ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧି ବେଲଜିୟମ ଗସ୍ତ ସମୟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏହା କିଛି ନୁହେଁ। ଦେଶର 60 ପ୍ରତିଶତ ଜନସଂଖ୍ୟାର ପ୍ରତିନିଧୀଙ୍କୁ ମୋଦି ସରକାର ଗୁରୁତ୍ୱ ଦେଉ ନାହାଁନ୍ତି । ଆପଣ ଭାବନ୍ତୁ ଏପରି କାହିଁକି ଘଟୁଛି ।

ଏହି ଘଟଣାକୁ ନେଇ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । କେନ୍ଦ୍ର ଦେଇଥିବା ସୂଚନା ଅନୁସାରେ, ଏହି ରାତ୍ରୀ ଭୋଜନରେ କୌଣସି ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ସେଥିପାଇଁ ଖଡଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । କେବଳ ଦେଶର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ସଚିବ ଏବଂ କିଛି ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+