Get Updates
Get notified of breaking news, exclusive insights, and must-see stories!

Malegaon blast case: ଯୋଗୀ ଆଦିତ୍ୟନାଥଙ୍କୁ ଫସାଇବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ରାୟ ପ୍ରକାଶ ହୋଇଯାଇଛି । ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ୭ ଜଣଙ୍କୁ ନିମ୍ନ ଅଦାଲତ ଦୋଷ ମୁକ୍ତ କରିଛନ୍ତି । ଏଥିରେ କେବଳ ପ୍ରଜ୍ଞା ଠାକୁରଙ୍କ ନାମକୁ ସାମିଲ କରାଯାଇନଥିଲା ବରଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୱନାଥଙ୍କୁ ମଧ୍ୟ ଫସାଇବାକୁ ପ୍ରତିପକ୍ଷ ଷଡ଼ଯନ୍ତ୍ର ରଚିଥିଲେ । ଏହା ଆମେ କହୁନୁ ବରଂ କୋର୍ଟରେ ଯିଏ ସାକ୍ଷୀ ଦେଇଛନ୍ତି ସେ ହିଁ କହିଛନ୍ତି ।

ଏହି ମାମଲାରେ ମୋଟ ୩୯ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ଧରି କୋର୍ଟରେ ମାମଲାର ଶୁଣାଣୀ ଚାଲିଥିଲା । ଜଣେ ସାକ୍ଷୀ ଏ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି । ସରକାରୀ ସାକ୍ଷୀ ମିଲିନ୍ଦ ଯୋଶୀ କହିଛନ୍ତି, ତାଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଦକ୍ଷିଣପନ୍ଥୀ ସଂଗଠନର ଅନ୍ୟ ବ୍ୟକ୍ତି ବିଶେଷମାନଙ୍କୁ ଫସାଇବାକୁ ଚାପ ପ୍ରୟୋଗ କରାଯାଉଥିଲା ।

ବିଶେଷ କରି ଯୋଗୀ ଆଦିତ୍ୟନାଥ, ମୋହନ ଭଗବତ ଏବଂ ଅସୀମାନନ୍ଦଙ୍କ ବିରୁଦ୍ଧରେ ସାକ୍ଷୀ ଦେବାକୁ କୁହାଯାଉଥିଲା । ସେଥିପାଇଁ ତାଙ୍କୁ ବୁହତ ଦିନ ପାଇଁ ହେପାଜତରେ ରଖାଯାଇଥିଲା ଏବଂ ନିର୍ଯ୍ୟାତନା ମଧ୍ୟ ଦିଆଯାଉଥିଲା । ଏହାର ପ୍ରମୁଖ କାରଣ ଥିଲା, ସେହି ସମୟରେ ଯୋଗୀ ହିନ୍ଦୁ ସଂଗଠନର ଜଣେ ଜଣାଶୁଣା ଚେହେରା ଥିଲେ । ଅନ୍ୟପକ୍ଷରେ ମୋହନ ଭଗବତ ମଧ୍ୟ ଆରଏସଏସର ଶୀର୍ଷ ନେତୃତ୍ୱଙ୍କ ତାଲିକାରେ ଆସୁଥିଲେ । ଏମିତିକି ସଂଗଠନର ସଭାପତି ଦାୟିତ୍ୱ ମିଳିଥିବା ସମ୍ଭାବନା ଥିଲା ।

cm yogi adityanath

ଖାଲି ସେତିକି ନୁହେଁ ମାମଲାର ତଦନ୍ତର ସାମିଲ ଥିବା ମହବୁବୁ ମୁଜାବର୍ ମଧ୍ୟ କହିଛନ୍ତି ଯେ ଲୋକଙ୍କ ମନରେ 'ଗେରୁଆ ଆତଙ୍କବାଦ'ର ଛାପ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା । ତତ୍କାଳୀନ ସରକାର ହିନ୍ଦୁତ୍ୱ ରାଜନୀତିକୁ ମୂଳପୋଛ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+