Malegaon blast case: ପୀଡିତଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ
ମାଲେଗାଓଁ ମାମଲାର ରାୟ ୧୭ ବର୍ଷ ପରେ ଆସିବା ପରେ ଏବେ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି କୋର୍ଟ । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣର ରାୟ ୨୦୨୫ରେ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟ ମାମଲାର ରାୟ ଶୁଣାଇ ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ସମେତ ୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ଏମାନଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବାବଦରେ କୌଣସି ଠୋସ୍ ପ୍ରମାଣ ନମିଳିବାରୁ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

କୋର୍ଟ ମାଲେଗାଓଁ ବିସ୍ଫୋରଣର ପୀଡିତଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ କୁହାଯାଇଛି। ତେବେ ୨୯ ସେପ୍ଟେମ୍ବର ୨୦୦୮ରେ ହୋଇଥିଲା ମାଲେଗାଓଁ ବିସ୍ଫୋରଣ । ମହାରାଷ୍ଟ୍ର ମାଲେଗାଓଁର ଭିକୁ ଚୌକରେ ହୋଇଥିଲା ବିସ୍ଫୋରଣ । ବାଇକରେ ବୋମା ରଖି କରାଯାଇଥିଲା ବିସ୍ଫୋରଣ । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ ।












Click it and Unblock the Notifications