ବିବାଦ ଭିତରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି !

ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସିପାରନ୍ତି ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଗତ ବର୍ଷ ନଭେମ୍ବରରେ ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଉଭୟ ପକ୍ଷ ତାରିଖ ସମ୍ପର୍କରେ ସହମତି ପ୍ରକାଶ କରିପାରିନଥିଲେ । ସୂଚନାନୁସାରେ, ମାଳଦ୍ଵୀପର ରାଷ୍ଟ୍ରପତି ଜାନୁଆରୀ ଶେଷ କିମ୍ବା ଫେବୃଆରୀ ଶେଷରେ ଭାରତ ଗସ୍ତ କରିପାରନ୍ତି। ସୂଚନାଯୋଗ୍ୟ ଯେ ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ତୁରନ୍ତ ଭାରତ ଗସ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ତାରିଖ ସହମତି ହେତୁ ଏହା ହୋଇପାରିଲା ନାହିଁ। ଏହା ପରେ ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଗସ୍ତ ପାଇଁ ତୁର୍କୀକୁ ବାଛିଥିଲେ ।

Maldives

ନୂତନ ଭାବେ ନିର୍ବାଚିତ ରାଷ୍ଟ୍ରପତି ମୁଇଜୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ COP-28 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ମୁଇଜୁ ଭାରତର ପଡୋଶୀ ଦେଶ ଚୀନ୍ ଗସ୍ତରେ ଅଛନ୍ତି । ଲକ୍ଷାଦ୍ଵିପ ଯାତ୍ରା ସମୟରେ ପିଏମ ମୋଦୀଙ୍କ ଚିତ୍ର ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ଵୀପ ଯାଇଥିବାର ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ। ପେର ଏଗୁଡିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ମାଳଦୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ବିବାଦ ଆରମ୍ଭ ହୋଇ ବଏକଟ ମାଳଦୀପ ଟ୍ରେଣ୍ଡ ସୋସିଆଲ ମିଡିଆରେ ଚାଲିଥିଲା।

ମାଳଦ୍ଵୀପ ସରକାର ଭାରତୀୟ ହାଇ କମିଶନର୍ ମୁନୁ ମୁହାଭର୍ଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଦିଆଯାଇଥିବା ମନ୍ତବ୍ୟ ସେମାନଙ୍କ ସରକାରଙ୍କ ସହ କୌଣସି ସମ୍ପର୍କ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+