ଦିଲ୍ଲୀରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି
4 ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି । ସୋଲି ଆଜି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ
ନୂଆଦିଲ୍ଲୀ: 4 ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି । ସୋଲି ଆଜି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ ।

ସୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ । ମାଳଦ୍ବୀପ ଓ ଭାରତ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ବାକ୍ଷର ହୋଇପାରେ ବୋଲି ଆଲୋଚନା ହେଉଛି । ଏହାପରେ ବୁଧବାର ମୁମ୍ବାଇ ଗସ୍ତ କରିବେ ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ।
କେବଳ ରାଜନୈତିକ ଆଲୋଚନା ନୁହେଁ ବରଂ ମୁମ୍ବାଇରେ ଭାରତୀୟ ଶିଳ୍ପପତିଙ୍କ ସହ ମଧ୍ୟ ରାଷ୍ଟ୍ରପତିଙ୍କର ଏକ ଆଲୋଚନା ନେଇ କାର୍ଯ୍ୟକ୍ରମ ରଖାଯାଇଛି । ସେ ଏଥିରେ ମାଳଦ୍ବୀପରେ ଭାରତୀୟ ଶିଳ୍ପପତିଙ୍କୁ ନିବେଶ କରିବା ପାଇଁ ନିମନ୍ତ୍ରଣ କରିପାରନ୍ତି ।
1965ରେ ସ୍ବାଧୀନତା ପାଇବା ପରେ ପ୍ରଥରେ ଭାରତ ହିଁ ମାଳଦ୍ୱୀପକୁ ସ୍ବୀକୃତି ଦେଇଥିଲା । ଯାହାଫଳରେ ଉଭୟ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ସ୍ଥାପନ ହୋଇ ପାରିଥିଲା । ଏହି ସମ୍ପର୍କ ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଉଭୟ ଦେଶର ବିକାଶ ସମ୍ଭବ ହୋଇ ପାରିଛି । ଯାହାଦ୍ବାରା ଉଭୟ ଦେଶ ଲାଭାନ୍ବିତ ହେଉଛନ୍ତି ।












Click it and Unblock the Notifications