ସାଉଦି ଆରବର ବଡ଼ ସଡ଼କ ଦୁର୍ଘଟଣା: ୯ ଭାରତୀୟଙ୍କ ମୃତ୍ୟୁ
Saudi Arabia Road Accident: ବୁଧବାର ସାଉଦି ଆରବର ପଶ୍ଚିମ ଅଞ୍ଚଳର Jeddah ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ 9 ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ସଡ଼କ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛି ଏବଂ ପ୍ରଭାବିତ ପରିବାରକୁ ପୂର୍ଣ୍ଣ ସହାୟତା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଛି। ଦୂତାବାସ କହିଛି ଯେ ଏହା ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପୀଡିତଙ୍କ ସମ୍ପର୍କୀୟ ଉଭୟଙ୍କ ସହିତ ଯୋଗାଯୋଗରେ ଅଛି।
ଜେଦ୍ଦାସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ, "ଜେଦ୍ଦାସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ଆମେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଅଧିକ ପଚରାଉଚରା ପାଇଁ ଏକ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ଜାରି କରିଛି ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସାଉଦି ଆରବର ଜିଜାନ ନିକଟରେ ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ Jeddah ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ସହିତ କଥା ହୋଇଛନ୍ତି ଏବଂ ସେଠାକାର ଅଧିକାରୀମାନେ ପୀଡିତଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।
We deeply mourn the tragic loss of 9 Indian nationals in a road accident, near Jizan, in the Western Region of the Kingdom of Saudi Arabia. Our heartfelt condolences to the families affected. The Consulate General of India in Jeddah is providing full support and is in touch with…
— India in Jeddah (@CGIJeddah) January 29, 2025
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର 'X' ରେ ଲେଖିଛନ୍ତି, "ଏହି ଦୁର୍ଘଟଣା ଏବଂ ଜୀବନହାନି ବିଷୟରେ ଜାଣି ଦୁଃଖିତ। ଜେଦ୍ଦାରେ ଆମର କନସଲ ଜେନେରାଲଙ୍କ ସହ କଥା ହୋଇଛି ଯିଏ ପରିବାର ସହିତ ଯୋଗାଯୋଗରେ ଅଛନ୍ତି। ସେ ଏହି ଦୁଃଖଦ ପରିସ୍ଥିତିରେ ତାଙ୍କର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି।"












Click it and Unblock the Notifications