ରାଜସ୍ଥାନ ଯୋଧପୁରରେ ବଡ଼ ସଡ଼କ ଦୁର୍ଘଟଣା; ୧୮ ମୃତ
ରାଜସ୍ଥାନ (Rajastan)ର ଯୋଧପୁର ଜିଲ୍ଲାର ଫାଲୋଡି ଅଞ୍ଚଳରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ମାଟୋଡା ଥାନା ଅଞ୍ଚଳରେ ଏକ ଟ୍ରକ୍ ସହିତ ଏକ ଟେମ୍ପୋ ଟ୍ରାଭେଲ୍ସ ଗାଡ଼ି ଧକ୍କା ହୋଇଥିଲା। ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବସ୍ ଯୋଧପୁରର ସୁରସାଗର ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ବିକାନେରର କୋଲାୟତ ଦର୍ଶନ ପାଇଁ ଯାଇଥିଲା। ଦର୍ଶନ ପରେ ଫେରିବା ବେଳେ ମତୋଡା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବସ୍ ସଡ଼କ ପାର୍ଶ୍ୱରେ ଠିଆହୋଇ ଥିବା ଏକ ଟ୍ରେଲରରେ ଯାଇ ଧକ୍କା ହୋଇ ଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ, ବସ୍ର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଅନେକ ଯାତ୍ରୀ ଏଥିରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣାର ସୂଚନା ପୁଲିସକୁ ଦେଇଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ମତୋଡା ଥାନା ଅଧିକାରୀ ଅମାନାରାମ ପୁଲିସ୍ ଟିମ ସହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଗ୍ରାମବାସୀଙ୍କ ସାହାଯ୍ୟରେ ଆହତଙ୍କୁ ବସ୍ରୁ ବାହାରକୁ କଢା ଯାଇଥିଲା। ସବୁ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଯୋଧପୁରର ହସ୍ପିଟାଲକୁ ରେଫର କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ବସ୍ ଖୁବ୍ ଦ୍ରୁତ ଗତିରେ ଥିଲା। ହଠାତ୍ ଚାଳକ ସନ୍ତୁଳନ ହରାଇ ବସିଥିଲେ ଏବଂ ସେ ଠିଆ ହୋଇଥିବା ଟ୍ରେଲରକୁ ଦେଖି ପାରି ନଥିଲେ। ଦ୍ରୁତ ଗତି ଓ ଅନ୍ଧାର କାରଣରୁ ସେ ସିଧା ଟ୍ରେଲର ସହ ଧକ୍କା କରାଇ ଦେଇଥିଲେ । ଦୁର୍ଘଟଣାର ଭୀଷଣତା ଏହି କଥାରୁ ଅନୁମାନ କରିହେବ ଯେ, ବସ୍ ଭିତରୁ ମୃତଦେହ ବାହାର କରିବାରେ ଘଣ୍ଟା ଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା।












Click it and Unblock the Notifications