ରାସ୍ତା ମଝିରେ ଜଳିଗଲା ୪୦ଟି ଗାଡ଼ି: ୫ ଜୀବନ୍ତ ଦଗ୍ଧ
Accident News: ଭୟଙ୍କର ସଡ଼କ ଦୁର୍ଘଟଣା, ରାଜସ୍ଥାନ ଭାନକ୍ରୋଟା ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ସିରିଜ୍ ଦୁର୍ଘଟଣା । ରାସ୍ତା ମଝିରେ ଜଳିଗଲା ୪୦ରୁ ଅଧିକ ଗାଡ଼ି । ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଧକ୍କା ହେବାରୁ ଘଟିଛି ଭୟଙ୍କର ଅଗ୍ନିକାଣ୍ତ । ଏହି ଦୁର୍ଘଟଣାରେ ୫ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ୪୦ଟି ଗାଡ଼ି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏହି ଦୁର୍ଘଟଣା ହେତୁ ପ୍ରାୟ ୨ କିଲୋମିଟର ଲମ୍ବର ଜାମ ଲାଗି ରହିଥିଲା । ଅଜମେର ରାଜପଥରେ ଯାତାୟାତ ବ୍ୟାହତ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଟ୍ୟାଙ୍କରରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାଜପଥ ପାର୍ଶ୍ୱରେ ଅବସ୍ଥିତ ପାଇପ୍ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି ଏବଂ ଯାତ୍ରୀମାନଙ୍କୁ ଅନ୍ୟ ମାର୍ଗ ନେବାକୁ ପରାମର୍ଶ ଦିଆଯାଇଛି।
#WATCH | Jaipur, Rajasthan | 4 dead and several injured in a major accident and fire incident in the Bhankrota area.
A fire broke out due to the collision of many vehicles one after the other. Efforts are being made to douse the fire. pic.twitter.com/3WHwok5u8W
— ANI (@ANI) December 20, 2024












Click it and Unblock the Notifications