ପିଏମ୍‌ ଜନମନ ଯୋଜନାରେ ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ ଜନମନ) ଅଧୀନରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶାର ୨୬ଟି ସଡ଼କ ଏବଂ ଦୁଇଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ଯୋଜନାରେ ରାଜ୍ୟରେ ୬୩.୨୭୧ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ମନ୍ତ୍ରଣାଳୟ ଏଥିପାଇଁ ଓଡ଼ିଶାକୁ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବ ।

ବର୍ତ୍ତମାନ ସୁଦ୍ଧା ପିଏମ ଜନମନ ଯୋଜନାରେ ଓଡ଼ିଶା ପାଇଁ ୨୧୧.୧୪ କିଲୋମିଟର ଲମ୍ବ ୬୬ଟି ସଡ଼କ ପ୍ରକଳ୍ପ ଏବଂ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ପିଏମ୍‌ ଜନ ମନ ଯୋଜନାରେ, ଅତି ପଛୁଆ ଜନଜାତି ଗୋଷ୍ଠୀ (ପିଭିଟିଜି) ବସତିକୁ ସବୁଦିନିଆ ସଡ଼କ ଯୋଗାଯୋଗ ପ୍ରଦାନ କରାଯାଉଛି । ଏହାଦ୍ବାରା ପିଭିଟିଜି ସମ୍ପ୍ରଦାୟ ବହୁଳ କ୍ଷେତ୍ରରେ ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବ, ଉପାନ୍ତ ଗାଁ ଓ ସହରୀ କେନ୍ଦ୍ର ମଧ୍ୟରେ ବ୍ୟବଧାନ ଦୂର ହେବ। ସ୍ଥାନୀୟ ଅଞ୍ଚଳର ବିକାଶ ସହ ବାଣିଜ୍ୟ କାରବାର, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ବଜାର ଭଳି ସୁବିଧାସୁଯୋଗ ପହଞ୍ଚି ପାରିବ। ଏହାଦ୍ୱାରା ରୋଜଗାର ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ।

Pradhan Mantri Janjati Adivasi Nyaya Maha Abhiyan

ପିଏମ ଜନମନ ଯୋଜନାକୁ ବିକଶିତ ଭାରତ ଦୃଷ୍ଟିକୋଣ ନେଇ ପ୍ରସ୍ତୁତ କରାଯାଇଛି । ଏହା ଅଧୀନରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ପରିବର୍ତ୍ତନକାରୀ ପ୍ରଭାବ ଜନଜାତୀୟ ସମୁଦାୟର ବିକାଶ ଓ ସମୃଦ୍ଧିରେ ଯୋଗଦାନ କରିବା ସହିତ ସେମାନଙ୍କର ସମାବେଶୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ମଜଭୁତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+