ବଡ଼ ଧରଣର ଅଘଟଣ ; ଗୋଟିଏ ପରିବାରର ୫ଜଣ ଜୀବନ୍ତ ଦଗ୍ଧ

ବିହାରର ମୁଜାଫରପୁରରେ ବଡ଼ ଧରଣର ଅଘଟଣ। ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ। ଅନ୍ୟ ପାଞ୍ଚ ଜଣ ମଧ୍ୟ ପୋଡ଼ି ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ। ଏହି ଘଟଣା ମୋତିପୁର ଥାନା ଅଞ୍ଚଳର ୱାର୍ଡ ୧୩ରେ ଘଟିଛି।

5 members

ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଡିଏସପି ସୁଚିତ୍ରା କୁମାରୀ କହିଛନ୍ତି ଯେ ସଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିଲା। ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପାଞ୍ଚ ଜଣ ପୋଡ଼ି ଯାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୋତିପୁର ଥାନା ଅଞ୍ଚଳର ପୋଲିସ ରିପୋର୍ଟ କରିଛି ଯେ ଏକ ଘରେ ନିଆଁ ଲାଗିଥିବାର ଖବର ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ପରିବାର ଲୋକେ ବର୍ତ୍ତିପାରିନଥିଲେ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା ଘରର ମାଲିକ ଜେନା ଶାହ ବୋଲି ଚିହ୍ନଟ କରାଯାଇଛି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ୍ ପରୀକ୍ଷା ପାଇଁ ପଠାଯାଇଛି। ପୋଷ୍ଟମର୍ଟମ୍ ପରେ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+