ପୁଣି ଏକ ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଲା ଭୟଙ୍କର ନିଆଁ । ପୁଣିଥରେ ଦିଲ୍ଲୀର ଏକ ହସ୍ପିଟାଲରେ ନିଆଁ ଲାଗିଛି । ଲଜପତ୍ ନଗର ଅନ୍ତର୍ଗତ ଏହି ହସ୍ପିଟାଲର ଲିଫ୍ଟରେ ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ପାଇଁ ୧୬ଟି ଅଗ୍ନିଶମ ଗାଡ଼ି ଅପରେସନ୍ରେ ଲାଗିଛି । ପ୍ରାଥମିକ ସୂଚନା ମୁତାବକ ଏଥିରେ କେହି ଆହତ କିମ୍ବା ମୃତ ହୋଇନାହାନ୍ତି । ସୂଚନାଯୋଗ୍ୟ, ବୁଧବାର ସକାଳ ୧୧.୦୦ ରେ ଅଗ୍ନିଶମବିଭାଗକୁ ଆଇ ୭ ଚୌଧୁରୀ ଆଇ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ମିଳିବା ପରେ ତତକ୍ଷଣାତ୍ ୧୨ଟି ଅଗ୍ନିଶମବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।

ସମୟ ଥାଉଥାଉ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଓ ଏହାଦ୍ୱାରା କେତେ ଲୋକଙ୍କର କ'ଣ କ୍ଷତି ହୋଇଛି ତାହା ଜଣା ପଡିନାହିଁ । ଅଧିକାରୀମାନେ ଅଗ୍ନିକାଣ୍ଡର ଯାଞ୍ଚ କରୁଛନ୍ତି । କିଛିଦିନ ପୂର୍ବରୁ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ୫ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣା ମଇ ୨୫ ତାରିଖ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ବିବେକ ବିହାରରେ ଅବସ୍ଥିତ ଏକ ବେବି କେୟାର ସେଣ୍ଟରରେ ଘଟିଥିଲା । ଏହି ଦୁଃଖଦ ଦୁର୍ଘଟଣାରେ ୧୨ଜଣ ଶିଶୁଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଥିବା ବେଳେ ୭ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲେ ।












Click it and Unblock the Notifications