ବଡ଼ ଧରଣର ଏନ୍କାଉଣ୍ଟର, ଜଣେ ମାଓବାଦୀ ମୃତ
ଦନ୍ତେୱାଡାରେ ବଡ଼ ଧରଣର ଏନ୍କାଉଣ୍ଟର । ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମିଳିଲାଣି ମୃତଦେହ, ଏକାଧିକ ମୃତ୍ୟୁ ସନ୍ଦେହ । ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ, ଜାରି ରହିଛି ଗୁଳି ବିନିମୟ ।

ଗତକାଲି ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ ।
ସେହିପରି ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁର ଏସ୍ପିଙ୍କ ନିକଟରେ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ରେ ରହିଛି ୬୮ଲକ୍ଷ ଟଙ୍କା ପୁରସ୍କାର । ସୁକୁମାରେ ଏନକାଉଣ୍ଟରରେ ୧୭ ନକ୍ସଲ ନିହତ ହେବାର ୨୪ ଘଣ୍ଟା ନପୁରୁଣୁ ୫୦ ମାଓବାଦୀ ଆତ୍ମସମର୍ପଣ କରିବା ମାଓ ସଂଗଠନକୁ ଶକ୍ତ ଝଟକା ଦେଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲଜିଏ ସଦସ୍ୟ, ଏସିଏମ, ଜନତାନା ସରକାର ଅଧ୍ୟକ୍ଷ, କେଏଏମଏସ ଅଧ୍ୟକ୍ଷ, ସିଏନଏମ ଅଧ୍ୟକ୍ଷ, ମିଲିସିଆ କମାଣ୍ଡର, ଡେପୁଟି କମାଣ୍ଡର, ମିଲିସିଆ ପ୍ଲାଟୁନ ସଦସ୍ୟ ରହିଛନ୍ତି ।












Click it and Unblock the Notifications