କଠୁଆରେ ଏନକାଉଣ୍ଟର; ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ

କଠୁଆରେ ଏନକାଉଣ୍ଟର; ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ । ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଗତ ୪ ଦିନ ଧରି ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଚାଲିଛି। ଗୁରୁବାର ଦିନ, ରାଜବାଗର ଘାଟି ଜୁଥାନା ଅଞ୍ଚଳର ଜଖୋଲେ ଗାଁ ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନରେ ତିନି ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ରବିବାର ହୀରାନଗର ସେକ୍ଟରରେ ଘଟିଥିବା ଏନକାଉଣ୍ଟର ସ୍ଥାନରୁ ଜଖୋଲେ ଗାଁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅପରେସନ୍ ସମ୍ପର୍କରେ ସେନା ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ସେନା ଏବଂ ପୋଲିସ କର୍ମଚାରୀମାନେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଜମ୍ମୁର ସ୍ପେଶାଲ ଅପରେସନ ଗ୍ରୁପ (SOG), ସେନା, ବିଏସଏଫ ଓ ସିଆରପିଏଫ ଯବାନ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଯବାନ ଓ ପୋଲିସର ମିଳିତ ଟିମ୍ ଉପରେ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ ହୋଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଥିଲା।

Major encounter in Kathua

ଏନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି, ଏହି ଆତଙ୍କବାଦୀମାନେ ଗତ ରବିବାର ହୀରାନଗର ଏନକାଉଣ୍ଟରରେ ଖସିଯାଇଥିବା ଆତଙ୍କ ଗୋଷ୍ଠୀ ସହ ଜଡିତ ବୋଲି ସନ୍ଦେହ କରାଯାଉଛି । ଗୁଇନ୍ଦା ସୂଚନା ଆଧାରରେ ଗତ ରବିବାର ସନ୍ଧ୍ୟାରେ ଏସ୍‌ଓଜି ପକ୍ଷରୁ ହୀରାନଗର ଅଞ୍ଚଳରେ ଅପରେସନ କରାଯାଇଥିଲା । ୩୦ ମିନିଟ୍‌ରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ ଆତଙ୍କବାଦୀମାନେ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+