ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିଲା...

ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ହୋଇଛି । ତେବେ ପାକିସ୍ତାନ -ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତିନାମା ଉପରେ ଭାରତ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ବୁଧବାର ଦିନ ପାକିସ୍ତାନ ଏବଂ ସାଉଦି ଆରବ ଏକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶ ଉପରେ ଯେକୌଣସି ଆକ୍ରମଣକୁ ଅନ୍ୟ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ ।

Indian

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସାଉଦି ଆରବ ଗସ୍ତ କରି ପ୍ରିନ୍ସ ସଲମାନଙ୍କୁ ଭେଟିଥିଲେ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏକ ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏବେ ପାକିସ୍ତାନ ଏବଂ ସାଉଦି ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ସମ୍ପର୍କରେ ଭାରତ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ସରକାର ଏହି ଚୁକ୍ତିନାମା ବିଷୟରେ ପୂର୍ବରୁ ଅବଗତ ଥିଲେ । ଏବେ ଜାତୀୟ ସୁରକ୍ଷା, ଆଞ୍ଚଳିକ ଏବଂ ବିଶ୍ୱ ସ୍ଥିରତା ପାଇଁ ଏହାର ପ୍ରଭାବର ଅଧ୍ୟୟନ କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଜାତୀୟ ସୁରକ୍ଷା ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧ। ଏବଂ ସମସ୍ତ କ୍ଷେତ୍ରରେ ସାମଗ୍ରିକ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜାରି ରଖିବ।

ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ସମ୍ପର୍କରେ ରଣଧୀର ଜୟସୱାଲ କହିଛନ୍ତି, ଆମେ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଏକ ରଣନୈତିକ ଚୁକ୍ତି ସ୍ୱାକ୍ଷରିତ ହେବାର ରିପୋର୍ଟ ଦେଖିଛୁ। ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ଦିନଠୁ ସରକାର ଏହି ଚୁକ୍ତିନାମା ବିଷୟରେ ଅବଗତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+