ଏହି ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ପୋଲିସ କର୍ମଚାରୀଙ୍କ ଜୀବନ
Rajasthan Accident News: ରାଜସ୍ଥାନ ଚୁରୁ ଜିଲ୍ଲା ସୁଜାନଗଡ଼ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଓ ଟ୍ରକର ମୁହଁମିହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଯାହା ପରେ ପୋଲିସ ପ୍ରଶାସନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଞ୍ଚି କାର୍ ଭିତରେ ଫସିରହିଥିବା ମୃତ ଦେହକୁ ବାହାର କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କାରଟି ଆଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ଜୟପୁର ପର୍ଯ୍ୟନ୍ତ ପୋଲିସ ମଧ୍ୟରେ ଚହଳ ସୃଷ୍ଟି ହୋଇଛି ।

ଜୁନଜୁନୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଯୋଗଦେବାକୁ ଡ୍ୟୁଟିରେ ଯାଉଥିବା ୭ ଜଣ ପୋଲିସ କର୍ମଚାରୀଙ୍କ କାର ରାଜପଥରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଚୁରୁର ସୁଜନଗର ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ।
ଦୁର୍ଘଟଣାରେ ନାଗୁର ଜିଲ୍ଲାର ଖିନଭସର ପୋଲିସ ଷ୍ଟେସନର ପୋଲିସ ରାମଚନ୍ଦ୍ର, କୁମ୍ଭାରାମ, ଥାନାରାମ, ଲକ୍ଷ୍ମଣ ସିଂ ଏବଂ ସୁରେଶଙ୍କ ମୃତ୍ୟୁ ଘଟିଥିବାବେଳେ କନଷ୍ଟେବଳ ସୁଖରାମ ଏବଂ ହେଡ କନଷ୍ଟେବଳ ସୁଖ୍ରମ ଆହତ ହୋଇଛନ୍ତି। ଆହତମାନଙ୍କୁ ନାଗୁରର ଜେଏଲଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଜଣେ ପୋଲିସ କର୍ନଚାରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃ୍ତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଥିରେ ଏତେ ସଂଖ୍ୟରେ ପୋଲିସ ଏସ ସମୟରେ ପ୍ରାଣ ହରାଇଛନ୍ତି। ତେବେ ଏହା ପୂର୍ବରୁ ମଧ୍ୟ ଗୋଟିଏ କିମ୍ବା ଦୁଇଟି ଛୋଟ ଘଟଣା ଘଟିଛି ଯ ଏହି ଘଟଣା ପରେ ସତର୍କ ହୋଇପଡିଛି ପୋଲିସ ।












Click it and Unblock the Notifications