Get Updates
Get notified of breaking news, exclusive insights, and must-see stories!

ନଦୀରେ ଭାସିଗଲା ସେନା ଟ୍ୟାଙ୍କ୍:୫ ଯବାନ ସହିଦ

Ladakh Tank Accident: ଲଦାଖର ୟୁନିଅନ୍ ଟେରିଟୋରୀରେ ଭାରତୀୟ ସେନା ସହ ବଡ଼ ଦୁର୍ଘଟଣା । ଲଦାଖର ଦୌଲତ ବେଗ୍ ଓଲ୍ଡି ଅଞ୍ଚଳରେ ଯବାନ ମାନେ ଟ୍ୟାଙ୍କରେ ନଦୀ ପାର କରିବାର ଅଭ୍ୟାସ କରୁଥିବା ବେଳେ ହଠାତ୍ ନଦୀର ଜଳ ସ୍ତର ବୃଦ୍ଧି ପାଇବାରୁ ଭାସିଗଲେ ୫ ଯବାନ । ଭାରତୀୟ ସେନା ସହିତ ଏହି ଦୁର୍ଘଟଣା ଚୀନ୍ ସୀମା ନିକଟରେ ଯଥା LAC'ରେ ଘଟିଛି । ଦୌଲତ ବେଗ୍ ଓଲ୍ଡି କରାକୋରାମ ପରିସରରେ ଅବସ୍ଥିତ, ଯେଉଁଠାରେ ସେନା ବେସ ଉପସ୍ଥିତ ।

Ladakh Tank Accident

ANI ସହ କଥାବାର୍ତ୍ତା କରି ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ସମୟରେ ଟ୍ୟାଙ୍କରେ ପାଞ୍ଚ ଜଣ ସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିରେ ଜଣେ JCO ଏବଂ ଚାରିଜଣ ଯବାନ ଥିଲେ । ତେବେ ଟ୍ୟାଙ୍କ ବୁ଼ଡିଯିବାରୁ ୫ ଯବାନ ସହିଦ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ଥିବା ନେଇ ସୂଚନା ।

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଟ୍ୟାଙ୍କଟି ଭାରତୀୟ ସେନାର ଏକ ଟି -72 ଟ୍ୟାଙ୍କ ଥିଲା। ଭାରତରେ 2400 ଟି -72 ଟ୍ୟାଙ୍କ ରହିଛି । ଭାରତୀୟ ସେନା ଦୀର୍ଘ ସମୟ ଧରି ଏହି ଟ୍ୟାଙ୍କଗୁଡ଼ିକୁ ବ୍ୟବହାର କରି ଆସୁଛି । ଦୁର୍ଘଟଣା ସମୟରେ ଉକ୍ତ ସ୍ଥାନରେ ଅନ୍ୟ ଟାଙ୍କ୍ୟା୍ ମଧ୍ୟ ଉପସ୍ଥିତ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+