Jammu Road Accident: ଜାମ୍ମୁ କାଶ୍ମୀରରେ ୧୫୦ଫୁଟ୍ ତଳକୁ ଖସିଲା ବସ୍, ୧୫ ଜଣଙ୍କ ମୃତ୍ୟୁ

Jammu Road Accident: ଜାମ୍ମୁ କାଶ୍ମୀରରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ରାସ୍ତାରୁ ଖସି ଖାଲରେ ଖସିପଡିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଜାମ୍ମୁ କାଶ୍ମୀର ପରିବହନ କମିଶନର ରାଜୀନ୍ଦର ସିଂହ ତାରା କହିଛନ୍ତି ଯେ, ଏହି ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ଚୌକି ଚୋରାସ୍ଥିତ ତଙ୍ଗଲି ମୋଡରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ, ବସଟି ପ୍ରାୟ 150 ଫୁଟ ତଳକୁ ଖାସ ଭିତରକୁ ଖସିପଡିଥିଲା । ଏହି ବସ୍ ହରିୟାଣାର କୁରୁକ୍ଷେତ୍ର ଅଞ୍ଚଳରୁ ଶିବ ଖୋରି ଅଞ୍ଚଳକୁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ନେଇ ସୂଚନା ।

Road Accident

ପିଟିଆଇ ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଏହା ଜାମ୍ମୁ କାଶ୍ମୀରର ରେସି ଜିଲ୍ଲା ଅଟେ। ଏହାପୂର୍ବରୁ ଅଧିକାରୀମାନେ କହିଥିଲେ ଯେ ରଜୋରୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହିତ ଏକ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନେ ଏବଂ କିଛି ଆହତଙ୍କୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+