Get Updates
Get notified of breaking news, exclusive insights, and must-see stories!

ଜମ୍ମୁ-କାଶ୍ମୀରରେ ବଡ ଦୁର୍ଘଟଣା; ଓଲଟିଲା ସିଆରପିଏଫ୍‍ ଗାଡି, ୨ଯବାନ ସହିଦ

ଜମ୍ମୁ-କାଶ୍ମୀରର ଉଧମପୁରରେ ଏକ ବଡ ଦୁର୍ଘଟଣା ଘଟିଛି । ଉଧମପୁର ଜିଲାର କାଣ୍ଡୱା-ବସନ୍ତଗଡ ଅଞ୍ଚଳରେ ଏକ ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ୧୨ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଅତିରିକ୍ତ ଏସପି ସନ୍ଦୀପ ଭଟ୍‍ ସୂଚନା ଦେଇଛନ୍ତି । ଆହତ ଯବାନମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ ।

Major accident in Jammu and Kashmir

ସେପଟେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ କାଣ୍ଡୱା-ବସନ୍ତଗଡ ଅଞ୍ଚଳରେ ଏକ ସିଆରପିଏଫ୍‍ ଗାଡି ସହିତ ଘଟିଥିବା ଦୁର୍ଘଟଣା କଥା ଶୁଣି ମୁଁ ମର୍ମାହତ । ଗାଡିରେ ଅନେକ ବୀର ଯବାନମାନେ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଉଦ୍ଧାର ପାଇଁ ଆଗେଇ ଆସିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏବଂ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+