Get Updates
Get notified of breaking news, exclusive insights, and must-see stories!

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୧୦ ଜୀବନ

Bemetra News: ଛତିଶଗଡର ବେମେତରା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୧୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ରାୟପୁର ଏଆଇଏମଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଛତିଶଗଡ଼ ବେମେତରା ଜିଲ୍ଲାର ପିରଦା ଗାଁରେ ଏକ ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ସେହିପରି ଅନେକ ଆହତ ହୋଇଛନ୍ତି । ଏହି ଘଟଣା ପରେ ଆଖପାଖ ସ୍ଥାନରେ ଚହଳ ସୃଷ୍ଟି ହୋଇଛି । ଯେ ଦୁର୍ଘଟଣା ସମୟରେ ପ୍ରାୟ ୧୦୦ ଲୋକ ଏହି କାରଖାନାରେ କାମ କରୁଥିବା ନେଇ ସୂଚନା ରହିଛି । ବର୍ତ୍ତମାନ ଆହୁରି ଅନେକ ଲୋକ ଭିତରେ ଫସି ରହିଥିବାର ଆଶଙ୍କା ରହିଛି ।

Chhattisgarh Accident News

ଖବର ପାଇ ଖଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଏବଂ ପୋଲିସ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଯେ, ପ୍ରାୟ ୨୦ ଫୁଟ୍ ଗଭୀରର ଏକ ଗାତ ସୃଷ୍ଟି ହୋଇଥିବାର ଦେଖିବା ପାଇଁ ମିଳିଛି । ସେହିପରି ଫ୍ୟାକ୍ଟ୍ରି ପାଖରେ ଥିବା ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+